
ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀରେ ରାଜଧାନୀର ସତ୍ୟନଗର ଇ-ଫହମିଦା ମସ୍ଜିଦରେ ଇଦ୍-ମିଲାଦ-ଉଲ-ନବୀ ପାଳିତ ହୋଇଯାଇଛି । ୟୁନିଟ-3ରୁ ଶତାଧିକ ସଂଖ୍ୟାରେ ମୁସଲମାନ ଭାଇମାନେ ଶୋଭାଯାତ୍ରାରେ ବାହାରି ଝାରପଡ଼ା ହୋଇ ସତ୍ୟନଗର ମସ୍ଜିଦରେ ପହଞ୍ଚିଥିଲେ । ସେଠାରେ ସମସ୍ତେ ମହାପୁରୁଷ ମହମ୍ମଦଙ୍କୁ ସ୍ମରଣ କରିବା ସହ ଭାଇଚାରା ଏବଂ ରାଜ୍ୟର ବିକାଶ ପାଇଁ ସମୂହ ପ୍ରାର୍ଥନା କରିଥିଲେ ।