ୟୁପି ପଲିଟିକ୍ସ; ୧୦ ଟି ଛୋଟ ଦଳ ସହ ଗଠବନ୍ଧନ କରିବ ବିଏସପି

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ସମସ୍ତ ରାଜନୈତିକ ଦଳ ନିଜ ଦଳକୁ ଶକ୍ତିଶାଳୀ କରିବା ପାଇଁ ବିଭିନ୍ନ ପନ୍ଥା ଆପଣାଉଛନ୍ତି । ଏହା ମଧ୍ୟରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ୧୦ ଟି ଛୋଟ ଦଳ ସହ ଗଠବନ୍ଧନ କରିବାର ଘୋଷଣା କରିଛି । ଏଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଉତ୍ତରପ୍ରଦେଶ ରାଜନୀତି ସରଗରମ ହୋଇ ଉଠିଛି । ତେବେ ବିଏପିକୁ ଭାରତ ଜନଶକ୍ତି ପାର୍ଟି, ପାଚି ପାରିବାର୍ଟ ସମାଜ ପାର୍ଟି, ବିଶ୍ୱ ଶାନ୍ତି ପାର୍ଟି, ୟୁନାଇଟେଡ ମଣ୍ଡଳ ପାର୍ଟି, ଆଦର୍ଶ ସଙ୍ଗମ ପାର୍ଟି, ଅଖଣ୍ଡ ବିକାଶ ପାର୍ଟି, ସର୍ବାଜନ ଆୱାଜ ପାର୍ଟି, ଚେତନା ପାର୍ଟି ପ୍ରଭୃତି ଦଳମାନଙ୍କ ସହ ଗଠବନ୍ଧନ କରିଛି । ସେପଟେ ଦଳର ସାଧାରଣ ସମ୍ପାଦକ ଏନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି ।

ତେବେ ମାୟାବତୀ ଜୀଙ୍କର ବିକାଶମୂଳକ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ୧୦ ଟି ରାଜନୈତିକ ଦଳ ବାହୁଜନ ସମାଜ ପାର୍ଟିକୁ ସମର୍ଥନ ଜଣାଇଛନ୍ତି ଏବଂ ସରଭଜନ ହିତା ସରଭଜନ ସୁଖାଇଙ୍କ ଆଦର୍ଶ ସହ କାର‌୍ୟ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଆରମ୍ଭ ହୋଇଛି। ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜନୈତିକ ଦଳ ନିର୍ବାଚନରେ ଜିତିବା ପାଇଁ ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଏପରି ମୂହୁର୍ତ୍ତରେ ଏପରି ଘଟଣା ସାମ୍ନାକୁ ଆସିବା ଫଳରେ ଉତ୍ତରପ୍ରଦେଶ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts