ସରକାରଙ୍କ 50 ବର୍ଷର ପ୍ରତାରଣା; କ୍ଷତିପୂରଣ ଦାବିରେ ରେଙ୍ଗାଳି ବିସ୍ଥାପିତଙ୍କ ଜଳ ସତ୍ୟାଗ୍ରହ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସରକାରଙ୍କ 50 ବର୍ଷର ପ୍ରତାରଣା | କ୍ଷତିପୂରଣ ଦାବିରେ କ୍ଷତିଗ୍ରସ୍ତଙ୍କ ଜଳ ସତ୍ୟାଗ୍ରହ | ଉଚିତ କ୍ଷତିପୂରଣ ନଦେଇ ପାଲଲହଡ଼ା ବୁଡି କ୍ଷତିଗ୍ରସ୍ତଙ୍କୁ ରାଜ୍ଯସରକାର ପ୍ରତାରଣା କରୁଥିବା ଅଭିଯୋଗ | ପ୍ରତିବାଦରେ ଆଜି ପାଲଲହଡା ରେଙ୍ଗାଳି ବିସ୍ଥାପିତ କ୍ଷତିଗ୍ରସ୍ତ ପ୍ରଜା ସଂଘର ସଭାପତି ଡ଼ ସନ୍ତୋଷ ଦେହୁରୀ ଙ୍କ ନେତୃତ୍ୱରେ ଗୁରୁଜାଙ୍ଗ ସ୍ଥିତ ଦ୍ୱିତୀୟ ଚିଲିକା ଠାରେ ଶତାଧିକ କ୍ଷତିଗ୍ରସ୍ତ ବୁଡି ଅଂଚଳ ପ୍ରଜା ଅନିର୍ଦ୍ଧିଷ୍ଟ କାଳ ପାଇଁ ଜଳ ସତ୍ୟାଗ୍ରହ ଆନ୍ଦୋଳନ ରେ ବସିଥିବା ଦେଖିବାକୁ ମିଳିଛି l ସେପଟେ ଏହି ଜଳ ସତ୍ୟାଗ୍ରହ ଆନ୍ଦୋଳନକୁ ସମର୍ଥନ କରିଛି ବିଜେପି | ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ ମହାନ୍ତି ଓ ଜିଲ୍ଲା ବିଜେପି ଉପସଭାପତି ଲିଙ୍ଗରାଜ ଦାସ ଙ୍କ ସମେତ ବିଜେପି କର୍ମୀ ସତ୍ୟାଗ୍ରହ ରେ ସାମିଲ ଥିବା ଦେଖିବାକୁ ମିଳିଛି |

ତେବେ 1973 ମସିହା ରେଙ୍ଗାଳି ବନ୍ଧ ବୋହୁ ମୁଖୀ ଯୋଜନା ରେ ପାଲଲହଡା, ଦେବଗଡ଼, ଓ ତାଳଚେର ଜିଲ୍ଲାର 263 ଟି ଗ୍ରାମ ର 12 ହଜାର ପରିବାର ରେଙ୍ଗାଳୀ ରେ ବୁଡି କ୍ଷତିଗ୍ରସ୍ତ ହୋଇଛନ୍ତି! କ୍ଷତି ପୂରଣ ପ୍ରଦାନ ରେ 70 ଦଶକ ର ନିର୍ଧାରିତ ବଜାର ମୂଲ୍ୟ ରେ ଏକର ପ୍ରତି ସର୍ବନିମ୍ନ 500 ଓ ସର୍ବାଧିକ 4500 ଟଙ୍କା ପ୍ରଦାନ କରାଯାଇଛି | ହେଲେ ଏହା ବିସ୍ଥାପିତ ଙ୍କ ପ୍ରତି ଘୋର ଅନ୍ୟାୟ ବୋଲି ଅଭିଯୋଗ ହୋଇଛି | ସେପଟେ ବହୁ ବିସ୍ଥାପିତ ବର୍ତମାନ୍ ସୁଦ୍ଧା ମଧ୍ୟ କ୍ଷତି ପୂରଣ ପାଇପାରି ନାହାନ୍ତି! 2010 ରେ ରାଜ୍ୟ ସରକାର ଙ୍କ ଦ୍ଵାରା ହୋଇଥିବା ନିଷ୍ପତି ଅନୁଯାଇ ଏକର ପିଛା 50 ହଜାର ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା ହୋଇଥିଲା | ହେଲେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନଥିବାରୁ ବିସ୍ଥାପିତ ପ୍ରଜା ଶେଷରେ ଏହି ପଦକ୍ଷେପ ନେଇଥିବା କ୍ଷତିଗ୍ରସ୍ତ ପ୍ରଜା ସଂଘର ସଭାପତି କହିଛନ୍ତି |

ଆଜି ଅପରାହ୍ନ 12 ଟା ସମୟରେ ଶତାଧିକ ପୁରୁଷ, ମହିଳା ଜଳରେ ବସି ଆନ୍ଦୋଳନ କରିଛନ୍ତି | ଏହି ଆନ୍ଦୋଳନ ସମୟରେ ପାଲଲହଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଇନ୍ଦୁରେଖା ପଶ୍ଚିମ କବାଟ ଙ୍କ ଉପସ୍ଥିତ ରେ ଏକ ପ୍ଲାଟୁନ ଫୋର୍ସ ସହିତ ଅଗ୍ନିଶମ ବାହୀନି ମଧ୍ୟ ଉପସ୍ଥିତ ରହିଥିଲେ | ପାଲଲହଡା ପ୍ରଶାସନ ପକ୍ଷରୁ ବିଡ଼ିଓ ଦିଲ୍ଲୀପ କୁମାର ବାରା ଘଟଣା ସ୍ଥଳରେ ପହଂଚିଥିବାବେଳେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |

Related Posts