ବଦଳିଲା ନିର୍ବାଚନ ଫଳ ଘୋଷଣା ତାରିଖ; ୩ ନୁହଁ ୪ରେ ହେବ ମିଜୋରାମ ଭୋଟ୍ ଗଣତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମିଜୋରାମ ବିଧାନସଭା ନିର୍ବାଚନ ଫଳ ଘୋଷଣା ତାରିଖ ବଦଳିଲା। ଡିସେମ୍ବର ୩ରେ ଭୋଟ୍‌ ଗଣନା ହେବାକୁ ଥିବା ବେଳେ ଏହା ଡିସେମ୍ବର ୪ ତାରିଖକୁ ଘୁଞ୍ଚାଯାଇଥିବା କହିଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆୟୋଗ କହିଛନ୍ତି ଯେ ମିଜୋରାମ ଜନତାଙ୍କ ପାଇଁ ରବିବାର ବିଶେଷ ମହତ୍ତ୍ୱ ଅଟେ। ଏଥିପାଇଁ ତାରିଖରେ ପରିବର୍ତ୍ତନ କରାଯାଇଛି।ତାରିଖ ପରିବର୍ତ୍ତନ ନେଇ ସବୁବେଳେ ଦାବି ରହିଆସୁଥିଲା।

ପ୍ରକାଶଥାଉକି, ଡିସେମ୍ବର ୩ ହେଉଛି ମିଜୋରାମରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ପର୍ବ। ଏହି କାରଣରୁ ତାରିଖ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଜନସଂଖ୍ୟା 87 ପ୍ରତିଶତ ଖ୍ରୀଷ୍ଟିଆନ। ଫଳାଫଳ ତାରିଖରେ ପରିବର୍ତ୍ତନ କରାଯାଉ ବୋଲି ଲୋକମାନେ ଦାବି କରୁଥିଲେ।

ମିଜୋରାମରେ ମୋଟ ୪୦ ଆସନରେ ଭୋଟ ହୋଇଛି। ସରକାର ଗଢ଼ିବାକୁ ହେଲେ ମ୍ୟାଜିକ ନମ୍ବର ୨୧। ମିଜୋରାମ୍‌ରେ ଏକ୍‌ଜିଟ୍ ପୋଲ ଅନୁସାରେ ମିଜୋ ନ୍ୟାସ୍‌ନାଲ ଫ୍ରଣ୍ଟକୁ(ଏମ୍‌ଏନ୍‌ଏଫ୍‌) ଅଧିକ ଆସନ ମିଳିଛି। ଏମ୍‌ଏନ୍ଏଫ୍‌ ପରେ ଜୋରାମ ପିପୁଲ୍ସ ମୁଭ୍‌ମେଣ୍ଟ(ଜେଡ୍‌.ପି.ଏମ୍‌), ତା ପଛକୁ କଂଗ୍ରେସ ଓ ଶେଷରେ ବିଜେପି ରହିଛି।

Related Posts