୫୭ ବର୍ଷିୟ ସାମ୍ବାଦିକ ରାକେଶ ପଠକଙ୍କୁ ବିବାହ କରିବେ ମଧ୍ୟପ୍ରଦେଶ କ୍ୟାଡର ୫୬ ବର୍ଷିୟା ବରିଷ୍ଠ ଆଇଏଏସ୍ ଅଧିକାରୀ ଶୈଳବାଳା ମାର୍ଟିନ

ନୂଆଦିଲ୍ଲୀ: ଖୁବଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ୫୭ ବର୍ଷିୟ ସାମ୍ବାଦିକ ରାକେଶ ପଠକ ଓ ମଧ୍ୟପ୍ରଦେଶ କ୍ୟାଡର ୫୬ ବର୍ଷିୟା ବରିଷ୍ଠ ଆଇଏଏସ୍ ଅଧିକାରୀ ଶୈଳବାଳା ମାର୍ଟିନ । ପରିବାରର ସହମତି କ୍ରମେ ଦୁଇଟି କନ୍ୟାର ପିତା ରାକେଶଙ୍କ ଏହା ଦ୍ୱିତୀୟ ବିବାହ ହେବ। ରାକେଶ ପଠକ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହା ପରେ ଉଭୟଙ୍କୁ ପ୍ରଶଂସକମାନେ ଅଭିନନ୍ଦନ ଜଣାଇଛନ୍ତି।

ଶୈଳବାଳା ମାର୍ଟିନ ମୂଳତଃ ଇନ୍ଦୋରର ବାସିନ୍ଦା। ସାଧାରଣ ପ୍ରଶାସନ ବିଭାଗରେ ଅତିରିକ୍ତ ସଚିବ ଭାବରେ ଦାୟିତ୍ୱ ତୁଲାଉଛନ୍ତି। ସେ ନିୱାଡିରେ ମଧ୍ୟ ଜିଲ୍ଲାପାଳ ଓ ବୁରହାନପୁରରେ ମ୍ୟୁନିସିପାଲିଟି କର୍ପୋରେସନ କମିଶନର ଭାବେ କାର୍ଯ୍ୟ କରିଛନ୍ତି। ଇନ୍ଦୋରର ବାସିନ୍ଦା ଶିଲବାଲା ମାର୍ଟିନଙ୍କୁ ମଧ୍ୟପ୍ରଦେଶ ସରକାରରେ ଅନେକ ପଦବୀରେ ଅବସ୍ଥାପିତ କରାଯାଇଛି। ଏବେ ବି ସେ ରାଜ୍ୟ ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଛନ୍ତି। ୫୬ ବର୍ଷିୟା ଶୈଳବାଳା ମାର୍ଟିନ ଅବିବାହିତ ଥିବା ବେଳେ, ପରିବାର ଲୋକଙ୍କ ସହମତି କ୍ରମେ ହାତରୁ ୫୭ ବର୍ଷିୟ ସାମ୍ବାଦିକ ରାକେଶ ପଠକଙ୍କୁ ନିଜର ଜୀବନ ସାଥି ରୂପେ ବାଛିବାକୁ ଯାଉଛନ୍ତି।

ରାକେଶ ପଠକ ଓ ଶୈଳବାଳାଙ୍କ ବିବାହର ଖବର ସାର୍ବଜନୀନ ହେବା ମାତ୍ରେ, ସେମାନଙ୍କ ଲଭ୍ ଷ୍ଟୋରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସାମ୍ବାଦିକ ରାକେଶ ନିଜେ ତାଙ୍କ ପ୍ରେମ କାହାଣୀ ବିଷୟରେ କହିଛନ୍ତି ଯେ, ସେ ଦୁଇ ବର୍ଷ ପୂର୍ବେ ଏକ ଟିଭି ଡିବେଟ ସମୟରେ ଶୈଳବାଳାଙ୍କୁ ଭେଟିଥିଲେ। ଏହା ପରେ ଦୁହେଁ ବନ୍ଧୁ ହେଲେ। ପରେ କଥାବାର୍ତ୍ତା ବଢିଲା। ଧୀରେ ଧୀରେ ସମୟ ବିତିବା ସହ ସେମାନଙ୍କ ମଧ୍ୟରେ ଦୂରତା କମିଲା। ଆଉ ଶେଷରେ ଉଭୟ ନିଜ ବନ୍ଧୁତାକୁ ପ୍ରେମରେ ପରିଣତ କଲେ। ଏହା ପରେ ସେମାନେ ଏକାଠି ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ IASଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଛି। କିଛି ଦିନ ପୂର୍ବେ ୨୮ ବର୍ଷିୟା IAS ଟିନା ଡାବି ଓ ତାଙ୍କ ନୂଆ ପ୍ରେମିକ IAS ପ୍ରଦୀବ ଗାୱାଣ୍ଡେଙ୍କ ବିବାହ ଖବର ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଥିଲା। ଏବେ ଅବସର ବୟସରେ ଜଣେ ବରିଷ୍ଠ IAS ଅଧିକାରିଣୀ ବିବାହ କରିବାକୁ ଯାଉଛନ୍ତି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି ।

Related Posts