ମଧ୍ୟପ୍ରଦେଶ ବେତୁଲ୍‌ରେ ଭୟଂକର ଦୁର୍ଘଟଣା: ବସ୍‌-କାର୍‌ ମୁହାଁମୁହିଁ ଧକ୍କାରେ ୧୧ ମୃତ

ବେତୁଲ୍‌ : ମଧ୍ୟ ପ୍ରଦେଶର ବେତୁଲ୍‌ ଅଞ୍ଚଳରେ ଘଟିଛି ଏକ ଭୟଂକର ସଡ଼କ ଦୁର୍ଘଟଣା । ଏକ ଏସ୍‌ୟୁଭି ଗାଡ଼ି ଯାତ୍ରୀବାହୀ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।

ବେତୁଲ୍‌ର ଝଲ୍ଲର ପୋଲିସ୍‌ ଷ୍ଟେସନ୍‌ ପାଖରେ ଦୁଇ ପାର୍ଶ୍ୱରୁ ଆସୁଥିବା ଗାଡ଼ି ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା । ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ଚିକିତ୍ସା ଚାଲିଥିବା ପୋଲିସ୍‌ ଏସ୍‌ପି ସିମାଲା ପ୍ରସାଦ କହିଛନ୍ତି ।

Related Posts