ମଧ୍ୟପ୍ରଦେଶରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ

ଭୋପାଳ: ଥରିଲା ମଧ୍ୟପ୍ରଦେଶ । ଆଜି ସକାଳ ସମୟରେ ମଧ୍ୟପ୍ରଦେଶରେ ୪.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ଭୋପାଳର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଭୂକମ୍ପର ଗଭିରତା ୧୦ କିଲୋମିଟର ରହିଥିବା ରେକର୍ଡ କରାଯାଇଛି । ଆଜି ସକାଳ ୮ଟା ୪୩ ମିନିଟ ସମୟରେ ମଧ୍ୟପ୍ରଦେଶ ଜବଲପୁର, ଡିନଡୋରା, ମାଦଲ,ଅନୁପୁର, ଉମାରିଆ ଓ ବାଲଘାଟ ଜିଲ୍ଲାରେ ଭୂକମ୍ପର ଅନୁଭୂତ ହୋଇଥିଲା ।

ତେବେ ଭୂକମ୍ପରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଆଇଏମଡି ଅଧିକାରୀ କହିଛନ୍ତି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

କିଛିଦିନ ତଳେ ହିମାଚଳ ପ୍ରଦେଶର ଧର୍ମଶାଳା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଥିଲା । ଭୂକମ୍ପର ଗଭୀରତା 5 କିଲୋମିଟର ରହିଥିବା ବେଳେ ଏହାର ଅକ୍ଷାଂଶ ୩୨.୯୯ ଓ ଦ୍ରାଘିମା ୭୬.୨୮ ରହିଥିଲା। ଏହା ଧର୍ମଶାଳାର ଉତ୍ତରରେ ୮୫ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା ।

Related Posts