ଆଜିଠୁ ଆରମ୍ଭ ହେଲା 5G ସେବା: ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠୁ ଭାରତରେ ଆରମ୍ଭ ହୋଇଛି 5G ସେବା । ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନର ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଜି ସେବାର ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ହାତଗଣତି କେତୋଟି ସହରରେ ଏହି ହାଇସ୍ପିଡ୍ ନେଟୱାର୍କ ସେବା ଆରମ୍ଭ ହେବ । ଆସନ୍ତା ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ୫ଜି ସେବା ଉପଲବ୍ଧ ହେବ ।

ଏହି 5G ସେବା 4G ମୋବାଇଲ ସେବାଠାରୁ ପ୍ରାୟ ୧୦ ଗୁଣା ଅଧିକ ରହିବ । ସେହିପରି 3G ଠାରୁ ୩୦ ଗୁଣା ସେବା ଯୋଗାଇବ । ଆବଶ୍ୟକସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି ଆଶା କରାଯାଉଛି । 5G ସେବା ଦ୍ବାରା ଅବାଧ କଭରେଜ, ହାଇସ୍ପିଡ ଡାଟା, କମ ବିଳମ୍ବତା ଓ ଅଧିକ ବିଶ୍ବସନୀୟ ଯୋଗାଯୋଗ ଉପଲବ୍ଧ ହେବ । ଏହାଦ୍ବାରା ଶକ୍ତି, ସ୍ପେକ୍ଟ୍ରମ ଓ ନେଟୱର୍କ ଦକ୍ଷତା ମଧ୍ୟ ବଢିବ ।2G ନେଟୱାର୍କରେ ଯେଉଁ ଫାଇଲ ଡାଉନଲୋଡ ପାଇଁ ଦୁଇ ଦିନ ୮ ଘଣ୍ଟା ସମୟ ଲାଗୁଥିଲା, 3G ନେଟୱାର୍କରେ ଦୁଇ ଘଣ୍ଟା ଏବଂ 4G ୪୦ ମିନିଟ୍ ଲାଗୁଥିଲା, 5Gରେ ତାହା ଡାଉନଲୋଡ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ । ଦୁଇ ଦେଶ ମଧ୍ୟରେ ଦେଶବ୍ୟାପୀ 5G ସେବା ମିଳିବ ବୋଲି ପୂର୍ବରୁ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ

Related Posts