ଭୁବନେଶ୍ୱର : ବୁଧବାରଠୁ ମହାନଦୀର ଉପରମୁଣ୍ଡରେ କି ତଳମୁଣ୍ଡରେ ବର୍ଷା ହୋଇନାହିଁ । ଫଳରେ ଜଳସ୍ତର ସ୍ଥିର ରହିଛି । ମହାନଦୀକୁ ୪ଲକ୍ଷ ୪୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ, ୬ ଲକ୍ଷ ୭୪ ହଜାର ନିଷ୍କାସନ ହେଉଛି । ବର୍ତ୍ତମାନ ୬୨୪.୪୩ ଫୁଟ୍ ରହିଛି ହୀରାକୁଦର ଜଳସ୍ତର । ଆଗକୁ ବର୍ଷା ଆସୁଥିବାରୁ ଆମେ ହୀରାକୁଦର ଜଳସ୍ତର ୬୨୨ରେ ରଖିବାକୁ ଚେଷ୍ଟା କରିବୁ। ଗୁରୁବାର ଦିନ ୩ଟା ପରେ ହୀରାକୁଦର କିଛି ଗେଟ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ୬ଟି ଗେଟ ବନ୍ଦ କରିବା ପାଇଁ ଆମେ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।
ସେହିପରି ମୁଣ୍ଡଳୀ ସ୍ଥିତି ନେଇ କହିଛନ୍ତି ଯେ, ମୁଣ୍ଡଳୀରେ ଜଳ ସ୍ତର କମିଥିଲା । ବର୍ତ୍ତମାନ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। ଆମର ଯାହା ଆଶା ଥିଲା ଯେ ୧୦ ଲକ୍ଷ ତଳକୁ ଆସିବ ବୋଲି ତାହା ଆସିନାହିଁ । କେବଳ କଣାସକୁ ଛାଡିଦେଲେ ବାକି ସବୁ ଅଞ୍ଚଳରେ ପାଣି କମିବା ଆରମ୍ଭ କରିଛି । ଗୁରୁବାରଠୁ କୌଣସି ଆଉ ନୂଆ ଘାଇ ହୋଇନାହିଁ । କେବଳ ମହାନଦୀ ସିଷ୍ଟମରେ ମୋଟ ୭ଟି ଘାଇ ହୋଇଛି । ବଡ଼ମ୍ବା ଖନ୍ତାପଡା ଘେର ,ମକରା ରାଇଟ କଣାସ, ଲୁଣା ଘେରି ମାର୍ଶାଘାଇ, କୁସଭାନ୍ଦ୍ର ଗୋପ ବ୍ଲକ୍ ନିମାପଡା, ତେରୀମାନପୁର ଘେରି ପାଇକା କୁଜଙ୍ଗ ବ୍ଲକ୍, ରାଇଟ କୁଜଙ୍ଗ ବ୍ଲକ୍ ରହିଛି ।
