ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା; ପିକ୍ ଫ୍ଲଡ୍ ଅତିକ୍ରମ କରିବା ପରେ ମୁଣ୍ଡଳୀରେ କମିଛି ଜଳ ପ୍ରବାହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ବଢୁଥିବା ବନ୍ୟା ଆଶଂକା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି । ହୀରାକୁଦ ଡ଼୍ୟାମରେ ଜଳସ୍ତର କମିଛି ଓ ହୀରାକୁଦକୁ ଇନଫ୍ଲୋ ମଧ୍ୟ କମିଛି । ଗତକାଲି ଠାରୁ ହୀରାକୁଦରୁ ୪୦ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦରେ ଜଳସ୍ତର କମିଥିବା ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ସେ ଆହୁରି କହିଛନ୍ତି ଯେ, ହୀରାକୁଦରେ ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ହୀରାକୁଦରୁ ଛଡାଯାଇଥିବା ପାଣି ଖଇରମାଳିରେ ପହଞ୍ଚିଛି । ଛଡାଯାଇଥିବା ପାଣି ଆସନ୍ତାକାଲି ସକାଳେ ମୁଣ୍ଡଳୀରେ ପହଞ୍ଚିବ । ହୀରାକୁଦ ଡ୍ୟାମରୁ ଛଡାଯାଇଥିବା ବନ୍ୟାଜଳ ମୁଣ୍ଡଳୀ ଅତିକ୍ରମ କଲାବେଳକୁ ୧୦ ଲକ୍ଷ କ୍ୟୁସେକ୍ ହେବ । ଏବେ ପିକ୍ ଫ୍ଲଡ୍ ମୁଣ୍ଡଳୀ ଅତିକ୍ରମ କରିବା ପରେ ଜଳ ପ୍ରବାହ କମିଛି ।୪୦ଟି ଗେଟ ପାଣି ଛାଡିବା ପରେ ହୀରାକୁଦର ଲେବଲ ୬୨୬.୪୭ ରହିଛି ମୁଣ୍ଡୁଳିରେ ମଧ୍ୟ କମୁଛି ପାଣି । ତେବେ ନଦୀ ବନ୍ଧ ସବୁ କିଭଳି ସୁରକ୍ଷିତ ରହିବ । ଘଳିଆ ପଡ଼ିଥିବା ସ୍ଥାନରେ ଲୋକଙ୍କୁ ସୁରକ୍ଷା ଦେବା ସହିତ ଘଳିଆ ବନ୍ଦ କରାଯିବା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଆଉ ଘାଇ ଥିବା ସ୍ଥାନଗୁଡିକରେ ପାଣି କମିବା ପରେ ଯାହା ପଦକ୍ଷେପ ନିଆଯିବ । ରାଜୁଆ ,କାଣୀ ଓ କୁଶଭଦ୍ରାରେ ସୃଷ୍ଟି ହୋଇଥିବା ଘାଇ ସ୍ଥାନରେ ପାଣି କମିଲେ ମରାମତି ହେବ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର।

Related Posts