ବିହାରର ସାରଣୀ ଜିଲ୍ଲାରେ ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ: ୨୦ରୁ ଅଧିକ ହରାଇଲେ ଦୃଷ୍ଟିଶକ୍ତି

ପାଟନା : ବିହାରର ସାରଣୀ ଜିଲ୍ଲାରେ ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ ।

ସୂଚନାନୁସାରେ, ଜିଲ୍ଲାର ମେକର ଥାନାର ପୁଲଓ୍ୱାରିଆ ପଞ୍ଚାୟତରେ ଏହି ଅଘଟଣ ଘଟିଛି । ଏଠାରେ ବିଷାକ୍ତ ମଦ ପିଇ ୬ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କେବଳ ଏତିକି ନୁହେଁ, ଅନେକ ଅନ୍ଧ ମଧ୍ୟ ହୋଇଯାଇଛନ୍ତି । ଏହାପୂର୍ବରୁ ମଧ୍ୟ ଅଗଷ୍ଚ ୨ ତାରିଖରେ ବିଷାକ୍ତ ମଦ ପାନ କରି ପାନାପୁର ସହରରେ ଦୁଇ ଜଣ ପ୍ରାଣ ହରାଇଥିଲେ । ମାତ୍ର ତିନି ଦିନ ମଧ୍ୟରେ ଏତେଜଣଙ୍କର ପ୍ରାଣହାନୀ ଘଟିବା ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

୨୦ରୁ ଅଧିକ ପାଲଟିଲେ ଅନ୍ଧ

ବିଷାକ୍ତ ମଦ କାରଣରୁ ପ୍ରାୟ ୨୦ରୁ ଅଧିକ ଲୋକ ସେମାନଙ୍କ ଦୃଷ୍ଟିଶକ୍ତି ହରାଇଛନ୍ତି । କୁହାଯାଉଛି ଯେ, ବୁଧବାର ସହରର ଜଣଙ୍କର ଘରେ ପୂଜା ଥିଲା । ସେଠାରେ ସମସ୍ତେ ମଦ୍ୟପାନ କରିଥିଲେ । ଏହାପରେ କିଛି ଲୋକ ଗୁରୁବାର ମଧ୍ୟ ବିଷାକ୍ତ ମଦ୍ୟପାନ କରିଥିଲେ ।

ତେବେ ଗୁରୁତର ହୋଇଥିବା ୧୮ଜଣଙ୍କୁ ପାଟନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କର ଚିକିତ୍ସା ଜାରି ରହିଛି । ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

Related Posts