ଭାଜପା-ଜେଡିୟୁ ମେଣ୍ଟରେ ଫାଟ, ଜେଡିୟୁ ଜାତୀୟ ସଭାପତି ଲଲନ ସିଂଙ୍କ ମନ୍ତବ୍ୟ; “କାଲି କିଏ ଦେଖିଛି”

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାର ସରକାରରେ ଥିବା ଥିବା ଜନତା ଦଳ ୟୁନାଇଟେଡ (ଜେଡିୟୁ) ଏହାର ସହଯୋଗୀ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଆଗାମୀ ଦିନରେ ବଡ ଝଟକା ଦେଇପାରେ। ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଦୁଇ ଦଳ ମଧ୍ୟରେ ମେଣ୍ଟକୁ ନେଇ ଏହି ବଡ଼ ମନ୍ତବ୍ୟ ଦେଇଛନ୍ତି। ଲଲନ ସିଂ କହିଛନ୍ତି,୨୦୨୪ ଲୋକ ସଭା ଏବଂ ୨୦୨୫ ବିଧାନସଭା ନିର୍ବାଚନରେ ଏକାଠି ଭାଜପା ଏବଂ ଜେଡିୟୁ ଲଢିବାକୁ ନିଷ୍ପତ୍ତି ନିଆଯାଇ ନାହିଁ। ଆମେ ଭାଜପା ସହ ମେଣ୍ଟ କରିବାରୁ ଅସ୍ବୀକାର କରୁନାହୁଁ। ଆମେ ବର୍ତ୍ତମାନ ମେଣ୍ଟ ପାଇଁ ପ୍ରସ୍ତୁତ ହେଉଛୁ, କିନ୍ତୁ କାଲି କିଏ ଦେଖିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଗତ ରବିବାର ପାଟନାରେ ଭାଜପାର ସାତୋଟି ମେଣ୍ଟର ମିଳିତ କାର୍ଯ୍ୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷ ଦିନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିହାରରେ ଜେଡିୟୁ ସହ ଭାଜପାର ମେଣ୍ଟକୁ ସ୍ପଷ୍ଟ କରିଛନ୍ତି। ଶାହା କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଭାଜପା ୨୦୨୪ ଲୋକସଭା ନିର୍ବାଚନ ଏବଂ ୨୦୨୫ ର ବିଧାନସଭା ପ୍ରତିଦ୍ୱନ୍ଦ୍ୱିତା କରିବ। ବର୍ତ୍ତମାନ ଲଲନ ସିଂଙ୍କ ଏହି ମନ୍ତବ୍ୟ ପରେ ଭାଜପା-ଜେଡିୟୁ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି।

Related Posts