ରେଳ ବଜେଟରେ ଓଡିଶାକୁ ମିଳିଲା ଏତିକି ଅନୁଦାନ

ସତ୍ୟପାଠ ବ୍ୟୁରୋ : ଚଳିତ ରେଳ ବଜେଟରେ ଓଡିଶାର ବିଭିନ୍ନ ପ୍ରକଳ୍ପ ପାଇଁ ୫୮୦୦ରୁ ୬୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟୟ ବରାଦ ହୋଇଛି । ମଧ୍ୟବର୍ତ୍ତିକାଳୀନ ବଜେଟରେ ବଡ଼ ବଡ଼ ପ୍ରକଳ୍ପ ଲାଗି ଯେଉଁ ବ୍ୟୟବରାଦ ହୋଇଥିଲା ସେଥିରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳପଥ ଲାଗି ୩୫୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଅନୁଗୁଳ-ସୁକିନ୍ଦା ପାଇଁ ୨୫୦ କୋଟି, ହରିଦାସପୁର-ପାରାଦୀପ ପାଇଁ ୪୦୦ କୋଟି, ତାଳଚେର-ବିମଳାଗଡ଼ ଲାଗି ୧୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି ଓ ଜୟପୁର-ନବରଙ୍ଗପୁର ପ୍ରକଳ୍ପ ଲାଗି ୧୦ କୋଟିର ବ୍ୟୟବରାଦ କରାଯାଇଛି।
ଅନ୍ୟପକ୍ଷରେ ସମ୍ବଲପୁର-ଟିଟିଲାଗଡ଼ ଲାଇନର ଦୋହରୀକରଣ ପାଇଁ ୧୭୦ କୋଟି ଟଙ୍କା ଦିଆଯାଇଥିବା ବେଳେ ସମ୍ବଲପୁର-ତାଳଚେର ଲାଇନ ପାଇଁ ୨୪୯ କୋଟି, ବାଂଶପାଣି-ଦୈତାରୀ-ଟମକା-ଜଖପୁରା ଲାଗି ୮୫ କୋଟି ଓ ଭଦ୍ରକ-ନିର୍ଗୁଣ୍ଡି ଟ୍ରାକ୍ ଦୋହରୀକରଣ ଲାଗି ୮୬ କୋଟି ବ୍ୟୟବରାଦ ହୋଇଛି। ସେହିପରି ଝାରପଡ଼ା-ବୁଢ଼ାପଙ୍କ ଟ୍ରାକ୍ର ତୃତୀୟ ଓ ଚତୁର୍ଥ ଲାଇନ୍ ନିର୍ମାଣ ଲାଗି ୧୧୯ କୋଟି ୮୭ ଲକ୍ଷ ମଂଜୁର କରାଯାଇଥିବା ବେଳେ କୋରାପୁଟ-ସିଙ୍ଗାପୁର ରୋଡ୍ ପ୍ରକଳ୍ପକୁ ମିଳିଛି ୨୦୫ କୋଟି।

Related Posts