ଦୁଇ ଭଉଣୀଙ୍କୁ ଗେଷ୍ଟହାଉସ ଭିତରେ ଗଣଦୁଷ୍କର୍ମ

ସତ୍ୟପାଠ ବ୍ୟୁରୋ : ଦୁଇ ଭଉଣୀଙ୍କୁ ଗେଷ୍ଟହାଉସ ଭିତରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଗଣଦୁଷ୍କର୍ମ କରି ଦୁଇ ଭଉଣୀଙ୍କ ଭିଡିଓ ସୁଟିଂ କରିଛନ୍ତି ତିନି ଦୁଷ୍କର୍ମକାରୀ । କେବଳ ସେତିକି ନୁହେଁ, ର୍ନିବସ୍ତ୍ର କରି ଦୁଇ ପୀଡିତାଙ୍କୁ ଦୁଷ୍କର୍ମକାରୀ ନିସ୍ତୁକ ପିଟିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଗତକାଲି ପଶ୍ଚିମବଙ୍ଗରୁ ଦୁଇ ଭଉଣୀ ଦିଘା ବୁଲିବାକୁ ଆସି ଦିଘା ବସଷ୍ଟାଣ୍ଡରେ ସଂଧ୍ୟାବେଳେ ଓହ୍ଲାଇଥିଲେ । ରାତିରେ ହୋଟେଲରେ ରହି ସକାଳୁ ଦିଘା ବୁଲି ଘରକୁ ଫେରିଯିବାକୁ ଯୋଜନା କରିଥିଲେ ଦୁଇ ଭଉଣୀ । ସେହି ସମୟରେ ସେମାନଙ୍କ ପାଖରେ ବାଲେଶ୍ବର ଭୋଗରାଇ ସୁଭଦ୍ରା ଗେଷ୍ଟ ହାଉସର ଦୁଇ କର୍ମଚାରୀ ପହଞ୍ଚି ଭଲ ହୋଟେଲରେ ସେମାନଙ୍କୁ ରଖିଦେବେ ବୋଲି କହିଥିଲେ । ଏହି ଦୁଇ ଦଲାଲଙ୍କ ଚକ୍ରାନ୍ତରେ ଫସି ଯାଇଥିଲେ ଦୁଇ ଭଉଣୀ । ସେମାନଙ୍କୁ ଏକ କାର୍ ଯୋଗେ ନେଇଯିବା ବେଳେ ଦିଘା ବାହାରକୁ କାର୍ ଆସୁଥିବା ଦେଖି ଦୁଇ ଭଉଣୀ ସେମାନଙ୍କୁ ପ୍ରଶ୍ନ କରିଥିଲେ । ତେବେ ବାଟରେ ପୋଲିସ ଥିବାରୁ ବିପଦ ହୋଇପାରେ ବୋଲି ଦୁଇ ଦଲାଲ ଦୁଇ ଉଭଣୀଙ୍କୁ ଭୟ ଦେଖାଇ ଦେଇଥିଲେ ।

ସେହି ସମୟରେ ସାନ ଭଉଣୀ ଗେଷ୍ଟ ହାଉସରୁ କୌଶଳକ୍ରମେ ଦୌଡି ପଳାଇଥିଲେ । ବଡ ଭଉଣୀ ଅନ୍ୟ ରୁମ୍ ରେ ଲୁଚି ଯାଇଥିଲେ । ପରେ ରାତିରେ ଗେଷ୍ଟ ହାଉସ ପାଚେରୀ ଡେଇଁ ପାଖରେ ଥିବା ଜଣଙ୍କ କଦଳୀ ବାଡିରେ ଲୁଚି ଯାଇଥିଲେ । ସକାଳୁ ତାଙ୍କୁ ଉଲଗ୍ନ ଅବସ୍ଥାରେ କଦଳୀବାଡି ମାଲିକ ଉଦ୍ଧାର କରି ନିଜ ଘରକୁ ନେଇଥିଲେ । ପରେ ସାନ ଭଉଣୀ ଫେରି ବଡ ଭଉଣୀର ଅବସ୍ଥା ଜାଣିଥିଲା । ଘଟଣା ସଂପର୍କରେ ଖବର ପାଇ ତାଳସାରୀ ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଘଟଣା ପରେ ଗେଷ୍ଟ ହାଉସ ମାଲିକ ଏବଂ କର୍ମଚାରୀ ଫେରାର ହୋଇଯାଇଛନ୍ତି ।

Related Posts