ଜଘନ୍ୟ – ଡାକ୍ତରଖାନାରେ ୬୧ ବର୍ଷୀୟା ବୃଦ୍ଧାଙ୍କୁ ଅଚେତ ଇଂଜେକ୍ସନ୍‌ ଦେଇ କଂପାଉଣ୍ଡରର ଦୁଷ୍କର୍ମ

ଉତ୍ତର ପ୍ରଦେଶର ମିରଟ ସହରରୁ ସାମ୍ନାକୁ ଆସିଛି ଏକ ଜଘନ୍ୟ ଅପରାଧ ଘଟଣା । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୬୧ ବର୍ଷୀୟା ବୃଦ୍ଧାଙ୍କୁ ଅଚେତ ହେବାର ଇଂଜେକ୍ସନ୍‌ ଦେଇ ଦୁଷ୍କର୍ମ କରାଯାଇଛି । ଘଟଣାର ଅଭିଯୁକ୍ତ ହେଉଛି ସେହି ହସ୍ପିଟାଲ୍‌ର ଜଣେ କମ୍ପାଉଣ୍ଡର । କଥା ପ୍ରଘଟ ହେବା ପରେ ପୁଲିସ ଅଭିଯୁକ୍ତ କଂପାଉଣ୍ଡର ବିରୋଧରେ ମାମଲା ରୁଜ୍ଜୁ କରିଛି । କିନ୍ତୁ ତାକୁ ଗିରଫ କରାଯାଇନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ଜଣେ ସେନାବାହିନୀର ଜଣେ ଅବସରପ୍ରାପ୍ତ ଅଧିକାରୀ ନିଜର ୬୧ ବର୍ଷୀୟା ପତ୍ନୀଙ୍କୁ ଏକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ନେଇଥିଲେ । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଅନୁଯାୟୀ ରାତି ପ୍ରାୟ 11ଟା ବେଳେ କଂପାଉଣ୍ଡର ତାଙ୍କୁ ତିନିଟି ଇଂଜେକ୍ସନ୍‌ ଦେଇଥିଲେ । ତା’ପରେ ସେ ବେହୋସ୍‌ ହୋଇଗଲେ । ଅଚେତ ଅବସ୍ଥାରେ କଂପାଉଣ୍ଡର ତାଙ୍କ ସହିତ ଦୁଷ୍କର୍ମ କରିଥିଲା । ଚେତା ଫେରିବା ପରେ ସେ ନିଜ ପୋଷାକ ଅସଜଡ଼ା ହୋଇଥିବା ଦେଖିବାକୁ ପାଇଥିଲେ ।

ଏହାପରେ ମହିଳା ଘଟଣା ସଂପର୍କରେ ନିଜ ସ୍ୱାମୀ ଓ ପୁଅଙ୍କୁ କହିଥିଲେ । ସେମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ହସ୍ପିଟାଲ ଇନ୍‌ ଚାର୍ଜ ଏହି ଘଟଣାକୁ ମନଗଢ଼ା ଓ ହସ୍ପିଟାଲକୁ ବଦ୍‌ନାମ କରିବା ପାଇଁ କରାଯାଇଥିବା ବୋଲି ସଫେଇ ଦେଇଛନ୍ତି ।

Related Posts