ବଦଳିଲା ୫ଟି ଟ୍ରେନର ଗତିପଥ: କଟକ ବଦଳରେ ନରାଜ ଦେଇ ଯିବ ଟ୍ରେନ

(ସତ୍ୟପାଠ ବ୍ୟୁରୋ) କଟକ: ଘନ କୁହୁଡ଼ି ଯୋଗୁଁ କଟକ ଜିଲ୍ଲାର ନିର୍ଗୁଣ୍ଡି ରେଳଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ପରେ କଟକ ରେଳଷ୍ଟେସନ୍ ଦେଇ ଯିବାକୁ ଥିବା ୫ଟି ଟ୍ରେନର ଗତିପଥ ବଦଳାଯାଇଛି । ଏହି ଟ୍ରେନଗୁଡ଼ିକ କଟକ ପରିବର୍ତ୍ତେ ନରାଜ ବାଟ ଦେଇ ଯାତ୍ରା କରିବେ ବୋଲି ଜଣାଯାଇଛି ।

ତାଳଚେର-ପୁରୀ ମେମୁ ଟ୍ରେନ୍, ଦୁର୍ଗ-ପୁରୀ ଏକ୍ସପ୍ରେସ୍, ପୁରୀ-ରାଉରକେଲା, ଧାନବାଦ୍- ଭୁବନେଶ୍ୱର ରାଜାରାଣୀ ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ ଆଜି ନରାଜ ବାଟ ଦେଇ ଯାତ୍ରା କରିବ ।

ଦୁର୍ଘଟଣା ପରେ ରେଲୱେ  ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

କଟକ- ୦୬୭୧୧୦୭୨

ଖୋର୍ଦ୍ଧା ରୋଡ୍‌- ୦୬୭୪୧୦୭୨

ପୁରୀ- ୦୬୭୫୨୧୦୭୨

ଭୁବନେଶ୍ବର ହେଡ୍‌ କ୍ବାର୍ଟର- ୧୮୦୦୩୪୫୭୪୦୧, ୧୮୦୦୩୪୫୭୪୦୨

ସୂଚନାଅନୁସାରେ ଗୁରୁବାର ସକାଳ ପ୍ରାୟ ୬: ୩୦ ସମୟରେ ଟାଙ୍ଗୀ ଅଞ୍ଚଳର ନିର୍ଗୁଣ୍ଡି ଷ୍ଟେସନ୍ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର ୧୨୮୭୯) ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣାରେ ଟ୍ରେନ୍ର ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି। ସେଥିରୁ ୫ଟି ବଗି ଧାରଣାରୁ ବାହାରି ଯାଇଛି ଏବଂ ଅନ୍ୟ ୩ଟି ବଗି ଧାରଣାରୁ ସାମାନ୍ୟ ହଟି ଯାଇଛି । 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । 5 ଗୁରୁତର ଯାତ୍ରୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇ ନଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts