ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ: 5 ଯାତ୍ରୀ ଗୁରୁତର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଘନ କୁହୁଡି ଯୋଗୁଁ ଭୁବନେଶ୍ବର-ମୁମ୍ବାଇ ଲୋକମାନ୍ୟ ତିଳକ ଏକ୍ସପ୍ରେସ ୧୨୮୮୦ ନିର୍ଗୁଣ୍ଡି ଷ୍ଟେସନରେ ଲାଇନଚ୍ୟୁତ ହୋଇଛି । ୮ ଟି ବଗି ଲାଇନଚ୍ୟୁତ ହେବାରୁ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି । ସେପଟେ ଦୁର୍ଘଟଣା କାରଣ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଘନ କୁହୁଡ଼ି ଯୋଗୁଁ କି ଅନ୍ୟ କିଛି କାରଣ ପାଇଁ ଟ୍ରେନ ଦୁର୍ଘଟଣା ହୋଇଛି ତାହାର ତଦନ୍ତ ଏହି କମିଟି କରିବ ବୋଲି କହିଛନ୍ତି ଇଷ୍ଟ କୋଷ୍ଟ ରେଲୱେର ଲୋକ ସମ୍ପର୍କ ଅଧିକାରୀ ଜେ.ପି ମିଶ୍ର ।

। ଏହି ରାସ୍ତା ଦେଇ ସମସ୍ତ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଛି । ପ୍ରକାଶଯୋଗ୍ୟ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । କଟକ, କପିଳାସ ରୋଡ, ବାରଙ୍ଗ, ମଞ୍ଚେଶ୍ବର ଆଦି ଷ୍ଟେସନ ମାନଙ୍କରେ ଅନେକ ଏକ୍ସପ୍ରେସ ଟ୍ରେନ ଏବେ ଅଟକି ରହିଥିବା ବେଳେ ରେଳବାଇ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରୀ ରହିଛି ।

 

ସୂଚନା ଅନୁସାରେ ଲୋକମାନ୍ୟ ତିଲକ ଏକ୍ସପ୍ରେସର ୮ଟି ବଗି ଆଜି ସକାଳ ୭ଟାରେ ଲାଇନଚ୍ୟୁତ ହୋଇଥିଲା । ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ହେବାର କାରଣ ଥିଲା ଘନ କୁହୁଡି । ଆଜି ସକାଳୁ ଘନ କୁହୁଡି ଯୋଗୁଁ ସିଗନାଲ ପାଇଁ ଅସୁବିଧା ହୋଇଥିଲା । ତେଣୁ ଟ୍ରେନର ଚାଳକ ସିଗନାଲ ଜାଣି ନ ପାରି ଟ୍ରାକରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲେ । ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା । ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ଉଦ୍ଧାର ପାଇଁ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗର ୨ଟି ଟିମ ପହଞ୍ଚିଛନ୍ତି । ସେହିପରି ଆହତ ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ ନମ୍ବର -୦୬୭୧ ୧୦୭୨, ୦୬୭୪ ୧୦୭୨ ଜାରି କରାଯାଇଛି ।

 

Related Posts