ଧରାପଡିଛନ୍ତି ୮୩୬ ଦୁର୍ନୀତିଗ୍ରସ୍ତ ଅଧିକାରୀ

ସତ୍ୟପାଠ ବ୍ୟୁରୋ : ଗତ ଦୁଇବର୍ଷ ଭିତରେ ରାଜ୍ୟରେ ଦୁର୍ନୀତି କରି ଧରା ପଡିଛନ୍ତି ୮୩୬ ଅଧିକାରୀ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ର୍ଦୁନୀତି କରି ଏମାନେ ଧରାପଡିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ।

ଗତ ଦୁଇ ବର୍ଷ ମଧ୍ୟ ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଦୁର୍ନୀତୀ କରିଥିବା କେତେ ଅଧିକାରୀ ଧରାପଡ଼ିଛନ୍ତି ବୋଲି ସନ୍ତୋଷ ସିଂହ ସାଲୁଜା ସରକାରଙ୍କୁ ପ୍ରଶ୍ନ କରିଥିଲେ । ଗୃହରେ ବିଭାଗୀୟ ମନ୍ତ୍ରୀ ଏହାର ଉତ୍ତର ରଖିଛନ୍ତି । ଗତ ୨ ବର୍ଷରେ ୮୩୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଧରାଯାଇଛି । ଏଯାବତ୍ ୭୯ ଜଣଙ୍କୁ କାର‌୍ୟ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ୨୨ ଜଣଙ୍କୁ ବହିଷ୍କୃତ କରାଯାଇଛି । ୨୬୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବାବେଳେ ୪୩୨ ଜଣଙ୍କୁ ଜବାବ ତଲବ କରାଯାଇଛି । ସେହିପରି ୩୫ ଜଣଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ ହୋଇଥିବା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Related Posts