ରାଜ୍ୟରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଚିନ୍ତାଜନକ

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ୨୦୧୫ରୁ ୨୦୧୯ ମଧ୍ୟରେ ରାଜ୍ୟରେ ହାତୀ ଆକ୍ରମଣ ଯୋଗୁଁ ୩୬୯ ଜଣଙ୍କର ପ୍ରାଣ ହାନୀ ହୋଇଥିବା ବେଳେ ୨୦୭ ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ବିଧାନସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ ।

ସୂଚନାଯୋଗ୍ୟ, ପ୍ରାୟ ପ୍ରତିଦିନ ହାତୀ ଆକ୍ରମଣର ଖବର ଆସୁଛି । ଖାସ କରି ଫସଲ ଅମଳ ସମୟରେ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ ଅଧିକ ରହିଥାଏ । ହାତୀ ହାବୁଡରେ ପଡି ଲୋକଙ୍କ ଜୀବନ ଯାଉଥିବା ବେଳେ ଅନେକ ସମୟରେ ହାତୀ ଉପଦ୍ରବ ଯୋଗୁଁ ଲୋକଙ୍କ ଘରଦ୍ୱାର ଭାଙ୍ଗେ ଓ ଫସଲ ଉଜୁଡି ଯାଏ ।

Related Posts