ଭାରତୀୟ ଯୁବକଙ୍କ ଆତଙ୍କବାଦୀ ସଂଗଠନ ଲିଙ୍କ୍‌, ଗିରଫ ହେଲେ 9 ଜଣ

ଆଇଏସ୍‌ଆଇଏସ୍‌ ସହ ସମ୍ପର୍କ ରଖିବା ଅଭିଯୋଗରେ ମହାରାଷ୍ଟ୍ର ଏଟିଏସ୍‌ ୯ ଜଣ ଯୁବକଙ୍କୁ ଗିରଫ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ ସମେତ କିଛି ରାସାୟନିକ ପଦାର୍ଥ, ହାର୍ଡଡିସ୍କ, ଏସିଡ୍‌ ବୋତଲ, ଧାରୁଆ ଛୁରୀ ଆଦି ଜବତ ହୋଇଛି ।

ଏମାନେ ଆଇଏସ୍‌ଆଇଏସ୍‌ରେ ସାମିଲ ହେବାକୁ ଯୋଜନା କରିଥିଲେ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମହାରାଷ୍ଟ୍ର ଏଟିଏସ୍‌ ପକ୍ଷରୁ ଥାନେର ମୁମ୍ବ୍ରା ଏବଂ ଔରଙ୍ଗାବାଦ ଜିଲ୍ଲାର ୫ଟି ସ୍ଥାନର ଚଢ଼ାଉ କରାଯାଇଥିଲା । ଏମାନଙ୍କ ବିରୋଧରେ ମାମାଲା ରୁଜୁ କରି ତଦନ୍ତ ଜାରି ରହିଛି ।

Related Posts