ଲିକ୍‌ ହେଲା ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଫଟୋ

ସୋସିଆଲ୍‌ ମିଡିଆରେ ଲିକ୍‌ ହୋଇଯାଇଛି ଅଭିନେତ୍ରୀ ହଂସିକା ମୋଟଓ୍ଵାନୀଙ୍କ ବ୍ୟକ୍ତିଗତ ଫଟୋ । ହଂସିକା ଛୁଟି କଟାଇବା ସମୟର କିଛି ବ୍ୟକ୍ତିଗତ ଫଟୋକୁ ହ୍ୟାକରମାନେ ଅନ୍‌ଲାଇନ୍‌ରେ ଲିକ୍‌ କରିଥିବା ଆଶଙ୍କା କରାଯାଉଛି । ଲିକ୍‌ ହୋଇଥିବା ଫଟୋରେ ଅଭିନେତ୍ରୀ ବିକିନି ପିନ୍ଧିଥିବା ଦେଖାଯାଇଛି ।

ଜଣାପଡ଼ିଛି ଯେ ହଂସିକା ନ୍ୟୁୟର୍କରେ ଛୁଟି କଟାଇବାକୁ ଯାଇଥିଲେ । ଫଟୋ ଗୁଡ଼ିକ ସେହି ସମୟର । ତେବେ ଫଟୋ ସବୁ କେମିତି ହେଲା ତାହା ଜଣାପଡ଼ିନାହିଁ । ହଂସିକାଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ । ପୋଲିସରେ ମଧ୍ୟ ହ୍ୟାକର୍ସଙ୍କ ବିରୋଧରେ କୌଣସି ଅଭିଯୋଗ କରାଯାଇନାହିଁ ।

ସୋସିଆଲ୍‌ ନେଟୱର୍କିଂ ସାଇଟ୍‌ ଟ୍ବିଟର୍‌ରୁ ନେଇ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋ ସବୁ ଘୁରି ବୁଲୁଛି । ହଂସିକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲିକ୍‌ ହୋଇଥିବା ଫଟୋ ନ ଥିବାରୁ ତାଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇ ନଥିବା ସ୍ପଷ୍ଟ ହୋଇଛି । ତେବେ ଫଟୋକୁ କିଏ, କେଉଁଠୁ ଓ କେମିତି ଆଣିଲା ତାହା ପ୍ରଶ୍ନ ସୃଷ୍ଟି କରିଛି ।

Related Posts