
(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର: ହାଇଦରର ଶବ ବ୍ୟବଚ୍ଛେଦ ପରେ ଶରୀରୁ ୪ଟି ଗୁଳି ବାହାରିଥିଲା । ତକାଲି ଏନ୍କାଉଣ୍ଟରରେ ହାଇଦରର ଦେହରେ ମୋଟ ୩ଟି ଗୁଳି ବାଜିଥିଲା । କିନ୍ତୁ ତାର ଦେହରୁ ୪ଟି ଗୁଳି ବାହାରିଛି । ତେବେ ପୂର୍ବରୁ ହୋଇଥିବା ଏନ୍କାଉଣ୍ଟରରେ ହାଇଦରର ଜଙ୍ଘରେ ଗୋଟିଏ ଗୁଳି ଫସି ରହିଥିଲା ବୋଲ ମେଡିକାଲ କର୍ତ୍ତୃପକ୍ଷଙ୍କ କହିଛନ୍ତି ।
ଅପରିପକ୍ଷରେ ହାଇଦରକୁ ଚୌଦ୍ୱାର ଜେଲ୍ରୁ ବାରିପଦା ଜେଲ୍କୁ ନେଉଥିବା ସମୟରେ ରାସ୍ତାରେ ସେ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ଏନ୍କାଉଣ୍ଟର କରିଥିଲା ପୋଲିସ । ତାର ଗୋଡ଼ ଏବଂ ପେଟରେ ଗୁଳି ବାଜିଥିଲା ପରେ ତାକୁ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାର ମୃତ୍ୟୁ ଘଟିଥିଲା । ବାଲେଶ୍ୱର ସିମୁଳିଆ ନିକଟରେ ହୋଇଥିଲା ଏହି ଏନ୍କାଉଣ୍ଟର । ସୁରକ୍ଷା ଦୃଷ୍ଟିରୁ ତାକୁ ଅନ୍ୟ ଜେଲ୍କୁ ସ୍ଥାନାନ୍ତର ହେଉଥିବା ସମୟରେ ସେ ରାସ୍ତାରେ ପରିଶ୍ରା କରିବା ପାଇଁ କହିଥିଲା ।
ଏହି ସମୟରେ ସେ ଗାଡ଼ିରେ ଥିବା ପୋଲିସ୍ଙ୍କ ଠାରୁ ବନ୍ଧୁକ ଛଡ଼ାଇ ଦୌଡ଼ିବାକୁ ଚେଷ୍ଟା କରିଥିଲା । ତାକୁ ଧରିବା ପାଇଁ ପୋଲସ୍ ବାଧ୍ୟ ହୋଇ ତା ଉପରେ ଗୁଳିଚାଳନା କରିଥିଲା । ଏଥିରେ ସେ ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାର ମୃତ୍ୟୁ ଘଟିଥିଲା । ପୋଷ୍ଟମର୍ଟମ ପରେ ହସ୍ତାନ୍ତର ହେଲା ମୃତଦେହ। ସ୍ତ୍ରୀ ଓ ଦୁଇ ବୋହୂଙ୍କୁ ହସ୍ତାନ୍ତର କରାଗଲା ମୃତଦେହ। ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି। ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି। ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ ଶରୀରରେ ଥିଲା।
ଏନେଇ ବାଲେଶ୍ୱର ଏଡିଏମ୍ଓ ସୁଶାନ୍ତ ନାୟକଙ୍କ ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ବେଳେ ହାଇଦର ପକେଟରୁ ଏକ ଫୋନ୍ ଡାଇରୀ ଜବତ ସହ ତା ଶରୀରରେ ୩ ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି। ଏପଟେ ବାଲେଶ୍ୱର ସିମୁଳିଆର ଏନ୍କାଉଣ୍ଟର ସ୍ପଟରେ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ପକ୍ଷରୁ ଯାଂଚ କରାଯାଇଛି ।
ଏହି ଯାଂଚ ବେଳେ ଘଟଣାସ୍ଥଳରୁ ୨ଟି ଖୋକା ମିଳିଛି। ୧୬ ନମ୍ବର ଜାତୀୟ ରାଜପଥ ଉପରେ ସିମୁଳିଆ କଲେଜ ଡାଇଭର୍ସନ ପାଖରେ ସକାଳୁ ସକାଳୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲା । ଏନ୍କାଉଣ୍ଟର ସ୍ପଟରୁ ନମୁନା ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍ । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି ।