ସିମଲା (ସତ୍ୟପାଠ ବ୍ୟୁରୋ): ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଏଥିରେ ୧୫୭ ଲୋକଙ୍କ ମୃତ୍ୟୁ ହୋଇଥିବା େବଳେ ୨୫୭ ଲୋକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଲଗାଣ ବର୍ଷାରେ କୋଟି କୋଟି ଟଙ୍କାର ସରକାର ସମ୍ପତ୍ତି ନଷ୍ଟ େହାଇଯାଇଛି।  ରାଜ୍ୟ ଜରୁରୀକାଳୀନ ପରିଚାଳନା ରିପୋର୍ଟ ଅନୁଯାୟୀ,  ଜୁନ ୩୦ରୁ ଅଗଷ୍ଟ ୯ ଭିତରେ ଭୂସ୍ଖଳନ ଓ ବନ୍ୟାରେ ୬୮ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ରାଜ୍ୟର କୁଲୁ ଓ ମାଣ୍ଡି ଜିଲ୍ଲାରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଯାଇଛି। ପାଖାପାଖି ୧୬୧ ଟ୍ରାନ୍ସଫର୍ମର  ପୋଡ଼ି ଯାଇ ଅଚଳ ହୋଇ ପଡ଼ିଛି। ସର୍ବାଧିକ ଭାବେ ମାଣ୍ଡିରେ ୭୭ଟି ଟ୍ରାନ୍ସଫର୍ମର ଅଚଳ ହୋଇଥିବା େବଳେ ସିମଲାରେ ୪୩ ଓ କୁଲୁରେ ୪୦ଟି ଟ୍ରାନ୍ସଫର୍ମର ଅଚଳ େହାଇପଡ଼ିଛି। ଫଳରେ ସପ୍ତାହ ଧରି ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇପଡ଼ିଛି। ସୂଚନାଯୋଗ୍ୟ, ଲଗାଣ ବର୍ଷା ଯୋଗୁ କୁଲ୍ଲୁ ଅଞ୍ଚଳର ନଦୀ ଓ ନାଳଗୁଡ଼ିକରେ ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ଏପରିକି ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ବାରମ୍ବାର ଭୁସ୍ଖଳନ ହେଉଥିବା ଦୃଶ୍ୟ େଦଖିବାକୁ ମିଳୁଛି। ଏପରିକି ବନ୍ୟା ହଠାତ୍‌ ମାଡ଼ି ଆସିବାରୁ କାର, ଅସ୍ଥାୟୀ େପାଲଗୁଡ଼ିକ ଭାସିଯାଇଥିବା େଦଖିବାକୁ ମିଳୁଛି। ସେହିପରି ଭୂସ୍ଖଳନ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ମଣ୍ଡି-କୁଲ୍ଲୁ ରାଜପଥ ସମେତ ରାଜ୍ୟର ପ୍ରାୟ ୨୫୯ଟି ରାସ୍ତା ଚଳାଚଳ ଅନୁପଯୋଗୀ ହୋଇପଡ଼ିଛି। ଅପରପକ୍ଷରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କାଙ୍ଗଡ଼ା, ମଣ୍ଡି, ହମିରପୁର, ସିମଲା ଏବଂ ସିରମୌରରେ ପ୍ରବଳ ବର୍ଷା ନେଇ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି। ସେହିପରି ଚମ୍ବା, କୁଲ୍ଲୁ, ସୋଲନ୍ ଏବଂ ବିଳାସପୁରରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।