ଘୋଟାଲା ଅଭିଯୋଗରେ କମଲନାଥଙ୍କ ଭଣଜା ଗିରଫ

ସତ୍ୟପାଠ ବ୍ୟୁରୋ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀକୁ ଇଡି ଗିରଫ କରିଛି । ତାଙ୍କ ଉପରେ ୩୫୪ କୋଟି ବ୍ୟାଙ୍କ ଘୋଟାଲାର ଅଭିଯୋଗ ରହିଛି । ଦୁଇ ଦିନ ପୂର୍ବରୁ ଏହି ମାମଲାରେ ସିବିଆଇ ପୁରୀ ଏବଂ ଅନ୍ୟ ୨ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପୁରୀ ମୋଜରବେୟରର ପୂର୍ବତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ।

ପୁରୀଙ୍କ ବ୍ୟତୀତ ତାଙ୍କ ମାଆ ନୀତା ପୁରୀ, ଏମବିଆଇଏଲ କମ୍ପାନୀ, ତାଙ୍କ ପିତା ଦୀପକ ପୁରୀ, ସଞ୍ଜୟ ଜୈନ, ଓ ବୀନିତ ଶର୍ମା ମଧ୍ୟ ସାମିଲ ଅଛନ୍ତି । ଏମାନଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଫର୍ଜି କରିବା ଓ ଭ୍ରଷ୍ଟାଚାରର ବିଭିନ୍ନ ଅଭିଯୋଗ ରହିଛି । ସେହି ସମୟରେ ବ୍ୟାଙ୍କ କହିଛି କି, ୨୦୧୨ରେ ରତୁଲ କାର୍ଯ୍ୟକାରୀ ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଥିଲେ କିନ୍ତୁ ତାଙ୍କର ମାତାପିତା ବୋର୍ଡ ଅଫ ଡାଇରେକ୍ଟର୍ସରେ ସାମିଲ ଥିଲେ ।

Related Posts