ଚିଦାମ୍ୱରମଙ୍କୁ ଖୋଜୁଛି ସିବିଆଇ

ସତ୍ୟପାଠ ବ୍ୟୁରୋ : ସୁପ୍ରିମକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ପି ଚିଦାମ୍ୱରମ୍। ଆଉ କିଛି ସମୟ ପରେ ଜାମିନ ଆବେଦନର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଚିଦାମ୍ୱରମଙ୍କୁ ଖୋଜୁଛି ସିବିଆଇ। ଗତକାଲି ପ୍ରଥମେ ସନ୍ଧ୍ୟାରେ ତାପରେ ବିଳମ୍ୱିତ ରାତିରେ ସିବିଆଇ ଚିଦାମ୍ୱରମଙ୍କ ଦିଲ୍ଲୀ ବାସ ଭବନକୁ ଯାଇଥିଲା। ହେଲେ ଚିଦାମ୍ୱରମଙ୍କ ଖୋଜ୍ ଖବର ମିଳୁନଥିବା ସୂଚନା ରହିଛି। ତାଙ୍କ ଫୋନ୍ ମଧ୍ୟ ବନ୍ଦ ରହିଛି। ଆଜି ସକାଳେ ପି ଚିଦାମ୍ୱରମଙ୍କ ନପାଇ ଖାଲି ହାତରେ ସିବିଆଇ ଫେରିଥିବା ସୂଚନା ରହିଛି।

ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ଉଭୟ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି। ତେଣୁ ସେ ଉଭୟ ତଦନ୍ତକାରୀ ସଂସ୍ଥାର ଗିରଫଦାରୀରୁ ବଞ୍ଚିବା ପାଇଁ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ଗତକାଲି ଜାମିନ୍ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ। କୋର୍ଟ ଶୁଣାଣି ସମୟରେ କହିଥିଲେ, ଚିଦାମ୍ବରମ୍‌ ଏହି ମାମଲାର କିଙ୍ଗପିନ୍‌ ବୋଲି ପ୍ରମାଣରୁ ଜଣାପଡ଼ିଛି।

Related Posts