ରାଜ୍ୟ ବିଜେପିର କୋର କମିଟି ବୈଠକ: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପ୍ରସ୍ତୁତି । ଆରମ୍ଭ ହୋଇଛି, ରାଜ୍ୟ ବିଜେପିର କୋର କମିଟି ବୈଠକ । ବୈଠକର ଫୋକସରେ ରହିଛି, ସାଧାରଣ ନିର୍ବାଚନ । ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରୋଡ୍ ମ୍ୟାପ୍ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର କାର୍ଯ୍ୟକାଳର ଉପଲବ୍ଧି ଲୋକଙ୍କ ପାଖରେ କେମିତି ସଫଳ ଭାବେ ପହଞ୍ଚାଯିବ, ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମକୁ କେମିତ ସଫଳ କରାଯିବ । ପଞ୍ଚାୟତସ୍ତରରେ ବିଭିନ୍ନ ପ୍ରସଙ୍ଗ ନେଇ କେଉଁ ଭଳି ପନ୍ଥା ଆପଣାଯିବ ସେହି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଏହି କୋର କମିଟି ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ରାଜ୍ୟ ବିଜେପିର ବଡ଼ ବଡ଼ ତୁଙ୍ଗ ନେତା ସାମିଲ ହୋଇଛନ୍ତି ।

Related Posts