ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟର ୫୫୦ଟି ଅନୁଦାନପ୍ରାପ୍ତ କଲେଜରେ ଥିବା ୪୮୮ ବର୍ଗର ମୋଟ ୬୬୯୨ଟି ଅଣଶିକ୍ଷକ ପଦବୀରୁ ୫୦୨୮ଟି ଖାଲି ରହିଛି | ଡିସେମ୍ବର ୨୦୨୨ ସୁଦ୍ଧା ୫୦୨୮ ପଦବୀ ଖାଲି ଥିବା ନେଇ ସରକାର ତଥ୍ୟ ଦେଇଛନ୍ତି |

ତଥ୍ୟ ଅନୁସାରେ ମୋଟ 180 ଟି ହେଡ଼ କ୍ଲର୍କ ପଦବୀ ମଧ୍ୟରୁ 151 ଟି ପଦବୀ ଖାଲି ରହିଛି | ସେହିପରି 869 ଜୁନିୟର କ୍ଲର୍କ ପଦବୀ ମଧ୍ୟରୁ 658 ଟି ପଦବୀ ଓ 1572ଟି ପିଅନ ପଦବୀ ମଧ୍ୟରୁ 1245 ଟି ଖାଲି ପଡିଛି | ସେହିପରି ଅନ୍ୟାନ୍ୟ ଖାଲିଥିବା ପଦବୀ ଗୁଡିକ ନେଇ ମଧ୍ୟ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି |
ତେବେ ମୋଟ ୬୬୯୨ଟି ଅଣଶିକ୍ଷକ ପଦବୀରୁ ୫୦୨୮ଟି ଖାଲି ପଡିଥିବା ବେଳେ ଏହି କଲେଜ ଗୁଡିକ କିଭଳି ଚାଲିଛି ତାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି |





