ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ଚଳିତ ବର୍ଷ ଖୋଲିଲା ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟ, ଯଶୀପୁର କାଳିକାପ୍ରସାଦ ଗେଟ୍ ଦେଇ ୩୫ ଟି ଓ ବାରିପଦା ପିଠାବଟା ଗେଟ୍ ଦେଇ ୨୫ ଟି ପର୍ଯ୍ୟଟକ ଗାଡ଼ିକୁ ଅନୁମତି ରହିଛି ।

ସକାଳ ୬ ରୁ ୯ ପର୍ଯ୍ୟନ୍ତ ଟିକେଟ କାଉଣ୍ଟର ଖୋଲା ରହିବ, ରାତ୍ରୀ ରହଣୀ ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ www. ecotourodisha.com ରେ login କରି ପୂର୍ବରୁ ବୁକିଙ୍ଗ କରିପାରିବେ ।

ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ପହିଲାରୁ ଜାତୀୟ ଉଦ୍ୟାନ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ଖୋଲୁଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୧୪ ରୁ ଖୋଲିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।

ଆଜିଠାରୁ ଶିମିଳିପାଳ ଖୋଲିଥିବା ବେଳେ ବିଭିନ୍ନ ରଙ୍ଗବେରଙ୍ଗରେ ଶିମିଳିପାଳର ଇକୋକଟେଜ୍ ଗୁଡିକ ସଜେଇ ହୋଇଛି। ଘଞ୍ଚ ଜଙ୍ଗଲ, ଉଚ୍ଚ ପର୍ବତ ଆଉ ପର୍ବତ ଶିଖରରୁ ବୋହିଯାଉଥିବା ବରେହିପାଣି, ଜୋରନ୍ଦା ଓ ଉସ୍କି ଭଳି ଜଳପ୍ରପାତ ସହିତ ବିଭିନ୍ନ ପ୍ରକାର ବନ୍ୟଜନ୍ତୁକୁ ଦେଖିବାର ସୁଯୋଗ ମଧ୍ୟ ପାଇବେ ପର୍ଯ୍ୟଟକ ।

Related Posts