ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅବସ୍ଥାରେ ଭୁବନେଶ୍ୱରର କେୟାର ହସ୍ପିଟାଲ୍‌ରେ ଗତକାଲିଠାରୁ ଚିକିତ୍ସାଧୀନ ଅଛନ୍ତି। ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ସେ ଏବେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେ‌ଳେ ତାଙ୍କ ଅବସ୍ଥା ଗମ୍ଭୀର ରହିଛି।

ମେଡିକାଲ୍‌ ଟିମ୍‌ ତାଙ୍କର ଖୁବ୍ ଯତ୍ନ ନେଉଛନ୍ତି ଓ ଅତ୍ୟନ୍ତ ଭଲ ସେବା ପ୍ରଦାନ କରାଯାଉଛି। ଆମେ ସବୁଠୁ ଭଲ ଚିକିତ୍ସା ଯୋଗାଇ ଦେବାକୁ ଚେଷ୍ଟା କରୁଛୁ ବୋଲି ହସ୍ପିଟାଲ୍‌ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ମହେଶ୍ବର ମହାନ୍ତିଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି ଅନେକ ବିଜେଡି ନେତା । ଅମର ପ୍ରସାଦ ଶତପଥୀ, ଉମା ସାମନ୍ତ ରାୟ, ରୁଦ୍ର ମହାରଥୀ ଭଳି ପ୍ରମୁଖ ନେତା ହସ୍ପିଟାଲରେ ଉପସ୍ଥିତ ହୋଇଥିବା ସୂଚନା ରହିଛି।

Related Posts