ଦିଲ୍ଲୀ ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟ ଖପ୍ପା; ତୁରନ୍ତ ପଦକ୍ଷେପ ନେବାକୁ ୫ ରାଜ୍ୟକୁ ନିର୍ଦ୍ଦେଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ବର୍ଷିଲେ ସର୍ବୋଚ୍ଚ ନ୍ୟାୟାଳୟ । କହିଲେ, ପ୍ରଦୂଷଣ ନେଇ ରାଜ୍ୟ ସରକାର ତୁରନ୍ତ ନିଅନ୍ତୁ ପଦକ୍ଷେପ । ଶୁଣାଣି କରୁଥିବା ସୁପ୍ରିମକୋର୍ଟ ଜଷ୍ଟିସ୍ କୋଲ୍ କହିଛନ୍ତି ରାଜ୍ୟ ସରକାର ପ୍ରଦୂଷଣ ରୋକିବାକୁ ତୁରନ୍ତ ପଦକ୍ଷେପ ନିଅନ୍ତୁ । ନଚେତ୍ ଆମେ ଯଦି ଆମ ବୁଲଡୋଜର ଚଲାଇବୁ ତାହାଲେ ଆଗାମୀ ୧୫ ଦିନ ଯାଏଁ ତାହା ଅଟକିବ ନାହିଁ ।

ଶୁଣାଣି ବେଳେ କୋର୍ଟ କହିଛନ୍ତି ପ୍ରତିବର୍ଷ ଶୀତ ପୂର୍ବରୁ ଦିଲ୍ଲୀ ବାୟୁ ପ୍ରଦୂଷଣର ଏଭଳି ଘଟଣା ଗ୍ରହଣୀୟ ନୁହେଁ ।ପ୍ରଦୂଷଣ ନେଇ ଦିଲ୍ଲୀକୁ ଲାଗି ଥିବା ୫ଟି ରାଜ୍ୟକୁ ମିଳିତ ଭାବେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏଥିସହ ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜଧାନୀର ଅନେକ ସ୍ଥାନରେ ଅଳିଆ ଜଳିବାର ଖବର ରହିଛି। ତାହାକୁ ରୋକିବା ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି? ସେହିପରି ସୁପ୍ରିମକୋର୍ଟ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନକୁ ନଡ଼ା ଜାଳିବା ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଞ୍ଜୟ କିଶାନ କୌଲ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ ରେ ହେବ।

Related Posts