ମମତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ମୁଣ୍ଡରେ ଲାଗିଲା ଆଘାତ

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ):     ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ବର୍ଦମାନରୁ ଏକ ବୈଠକରେ ଯୋଗ ଦେଇ ଫେରିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି।

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ରାଜପଥ ଦେଇ ବର୍ଦମାନରୁ କୋଲକାତା ଫେରୁଥିଲେ। ଏହି ସମୟରେ ତାଙ୍କ କାର୍‌କେଡ୍‌ ଭିତରକୁ ହଠାତ୍‌ ଅନ୍ୟ ଏକ କାର୍‌ ଆସି ଯାଇଥିଲା। ଘନ କୁହୁଡି ଓ ବର୍ଷା ଯୋଗୁ ଦୃଶ୍ୟମାନ ମଧ୍ୟ କମ୍‌ ଥିଲା। ଫଳରେ ଡ୍ରାଇଭର ହଠାତ୍‌ ବ୍ରେକ୍‌ ମାରିଥିଲେ। ଏଥିଯୋଗୁ ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତେବେ ଏହା ସାମାନ୍ୟ ଆଘାତ ଥିବା ସୂଚନା ମିଳିଛି।

ଦୁର୍ଘଟଣା ପରର ଚିତ୍ର

ତେବେ ମମତା ବାନାର୍ଜୀଙ୍କୁ ଲାଗିଥିବା ଆଘାତ କେତେ ଗଭୀର ସେ ନେଇ କିଛି ସୂଚନା ମିଳିନାହିଁ। ତେବେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି। ସେ ବର୍ଦ୍ଧମାନ ଗସ୍ତରେ ଯାଇ ପ୍ରଶାସନିକ ଅଧିକାରୀଙ୍କ ବୈଠକରେ ଯୋଗ ଦେଇଥିଲେ ଏବଂ ପରେ ଏକ ସାର୍ବଜନୀନ ସେବା ବିତରଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଠାରୁ ସେ ପ୍ରଥମେ ହେଲିକପ୍ଟରେ କୋଲକାତା ଫେରିବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ପାଗ ଖରାପ ଯୋଗୁ ହେଲିକପ୍ଟର ବଦଳରେ ସେ କାର୍‌ ଯୋଗେ ଫେରୁଥିଲେ। ଏହି ସମୟରେ ତାଙ୍କ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

Related Posts