ହଟିଲା କଟକଣା, 2 ମାସ ପରେ ଜାମ୍ମୁ ଓ କାଶ୍ମୀର ବୁଲିବାକୁ ଯାଇପାରିବେ ପର୍ଯ୍ୟଟକ

ଦୀର୍ଘ ଦୁଇ ମାସ ପରେ ଜମ୍ମୁ ଓ କଶ୍ମୀରରୁ ହଟିଲା କଟକଣା । ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ୧୦ ଅକ୍ଟୋବର ଅର୍ଥାତ ଆଜିଠାରୁ ପ୍ରତ୍ୟାହୃତ କରାଯାଇଛି । ଫଳରେ ଏବେ ପର୍ଯ୍ୟଟକମାନେ ଘାଟିକୁ ବୁଲିବାକୁ ଯାଇ ପାରିବେ । ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାର ଠିକ୍‌ ୨ ଦିନ ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କ ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । ତୁରନ୍ତ ଘାଟି ଛାଡ଼ିବାକୁ କଡ଼ା ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ସେତେବେଳେ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବା କୁହାଯାଇଥିଲା । ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍‌ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଟ୍ରାଭେଲ୍‌ ଆଡଭାଇଜରୀକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।  ଏହା ଆଜିଠୁ ଲାଗୁ ହେବ । ଫଳରେ ପର୍ଯ୍ୟଟକମାନେ ପୂର୍ବ ଭଳି ଘାଟିକୁ ବୁଲିବାକୁ ଯାଇ ପାରିବେ । ଏହା ପୂର୍ବରୁ ରାଜ୍ୟପାଳ ପ୍ରଥମେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

Related Posts