ସଲ୍‌ମାନଙ୍କ ଘରେ କ୍ରାଇମବ୍ରାଞ୍ଚ ଚଢ଼ାଉ: 29 ବର୍ଷ ପରେ ଗିରଫ ହେଲା ତାଙ୍କ ବଙ୍ଗଳାର କେୟାରଟେକର

ସତ୍ୟପାଠ ବ୍ୟୁରୋ: ମୁମ୍ବାଇ-: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘରେ କ୍ରାଇମ ବ୍ରାଞ୍ଚ ଚଢ଼ାଉ । ମୋଷ୍ଟ ୱାଣ୍ଟେଡ ଅପରାଧୀ ତଥା ସଲମାନଙ୍କ ଗୋରାଇ ବଙ୍ଗଳାର କେୟାରଟେକର ଶକ୍ତି ସିଦ୍ଧେଶ୍ବର ରାଣାକୁ ଗିରଫ କଲା କ୍ରାଇମ ବ୍ରାଞ୍ଚ । ସୂଚନା ଅନୁଯାୟୀ ୨୯ ବର୍ଷ ପରେ ଏହି ମୋଷ୍ଟ ୱାଣ୍ଟେଡ ଅପରାଧୀ ଶକ୍ତି ସିଦ୍ଧେଶ୍ବରକୁ ଗିରଫ କରାଯାଇଛି । ଶକ୍ତି ନାଁରେ ଏକ ବଡ଼ ଧରଣର ଚୋରି, ମାରପିଟ ଏବଂ ଲୁଟ ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଥିଲା  । ତାକୁ ପୋଲିସ ଗତ ୨୯ ବର୍ଷ ହେଲା ଖୋଜୁଥିଲା, ମାତ୍ର ସେ ଧରାଦେଉ ନଥିଲା ।  ଆଶ୍ଚଯ୍ୟର କଥା ଯେ ଶକ୍ତି ସିଦ୍ଧେଶ୍ବର ରାଣା ଗତ ୧୫ ବର୍ଷ ଧରି ସଲମାନ ଖାନଙ୍କ ଗୋରାଇସ୍ଥିତ ବଙ୍ଗଳାର ତତ୍ତ୍ବାବଧାରକ ଭାବେ କାମ କରୁଥିଲା । ଗିରଫ ହେବାପରେ ସେ ନିଜର ଦୋଷ ସ୍ବୀକାର କରିଥିବା ଜଣାଯାଇଛି। ଶକ୍ତି ସିଦ୍ଧେଶ୍ବର ରାଣା ବିରୋଧରେ ଆଇପିସିର ଧାରା ୪୫୨,୩୯୭ ଏବଂ ୩୯୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

Related Posts