ଭୁବନେଶ୍ୱର,୧୦/୫(ସତ୍ୟପାଠ ବ୍ୟୁରୋ): ନିର୍ବାଚନୀ ସଭାରେ ବଡ ବୟାନ ଦେଇଛନ୍ତି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶୁକ୍ରବାର ଏକ ସମାବେଶକୁ ସମ୍ବୋଧନ ସମୟରେ ନାଁ ନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ‘ଯଦି ଆସନ୍ତା ଜୁନ୍ ୯ ରେ ୭୫% ସଂଖ୍ୟାଗରିଷ୍ଠତା ସହିତ ଆମ ମୁଖ୍ୟମନ୍ତ୍ରୀ ପୁଣିଥରେ ଶପଥ ଗ୍ରହଣ କରିବେ ନାହିଁ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି’।
ଏହା ସହିତ ସେ ନାଁ ନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଚ୍ୟାଲେଞ୍ଜ ଦେଇଛନ୍ତି ‘ମୁଁ ମୁଖ୍ୟମନ୍ତ୍ରୀଙ୍କ ଚାମଚା ହେଇ ଦୃଢୋକ୍ତି ପ୍ରକାଶ କରୁଛି ଯେ, ଆମେ ପୁଣି କ୍ଷମତାକୁ ଆସିବୁ। ଆପଣ ଜଣେ କେନ୍ଦ୍ରମନ୍ତ୍ରୀ ଯଦି ଭାଜପା ସରକାର ଆସିବ ନାହିଁ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି କୁହନ୍ତୁ ବୋଲି ପାଣ୍ଡିଆନ ଆହ୍ୱାନ ଦେଇଛନ୍ତି’।





