ଭୁବନେଶ୍ୱର,୨୨/୮(ସତ୍ୟପାଠ ବ୍ୟୁରୋ): ଗତ ନିର୍ବାଚନ ପୂର୍ବରୁ ନବୀନ ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ଯୋଜନା କ୍ଷତି ରେ ଚାଲିଛି | ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଉତ୍ତରରୁ ଏକଥା ସାମ୍ନାକୁ ଆସିଛି | ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ପ୍ରଶ୍ନର ଉତ୍ତରରେ ଏଭଳି ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ। ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସରକାରଙ୍କର ଲକ୍ଷ୍ମୀ ବସ ଯୋଜନାରେ ରାଜ୍ୟର ଆୟ ଓ ବ୍ୟୟ କେତେ ? ଓ ଏହି ଯୋଜନାରେ କେତେ ଲୋକ ଉପକୃତ ହୋଇଛନ୍ତି ?
ଏହାର ଉତ୍ତରରେ ମନ୍ତ୍ରୀ ତଥ୍ୟ ରଖିଛନ୍ତି ଯେ, ଗତ ୨୦୨୩, ଅକ୍ଟୋବର ୧୨ରୁ ୧୯ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଲକ୍ଷ୍ମୀ ଯୋଜନାରେ ରାଜ୍ୟରେ ମୋଟ ୧୩୪୦ଟି ବସ୍ ଚାଲିଛି । ବସ୍ ଚଳାଚଳ ବାବଦରେ ରାଜ୍ୟ ସରକାର ୩୯୯ କୋଟି ୧୨ ଲକ୍ଷ ୪୪ ହଜାର ୬୪୦ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର ୨୫ କୋଟି ୩ ଲକ୍ଷ ୮୬ ହଜାର ୫୮୫ ଟଙ୍କା । ସରକାର ଏହି ଯୋଜନାରେ ୩୭୪ କୋଟି ୮ ଲକ୍ଷ ଟଙ୍କା 58 ହଜାର 55 ଟଙ୍କା କ୍ଷତି ସହିଛନ୍ତି|





