ଆଜି ପବିତ୍ର ଅଁଳା ନବମୀ: ଶ୍ରୀରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼

ଆଜି ପବିତ୍ର ଅଁଳା ନବମୀ । ସାରା ରାଜ୍ୟରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଜମିଛି । ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଛି ।

 କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥିରେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଆଜି ଦର୍ଶନ କରିବେ ଭକ୍ତ । ପାରମ୍ପାରିକ ଗହଣା, କିରିଟ, ମଥାମଣି, ମୟୂର ବସାଗୁଣା, ନୁଥ, ଖଡ଼ୁ, ପଣସକଣ୍ଟା, ପାଉଁଜି ଓ ଝୁଣ୍ଟିଆ ଆଦି ଶ୍ରୀରାଧାଙ୍କୁ ଲଗାଯାଇଛି । ରାତିରୁ ମନ୍ଦିରର ଦ୍ୱାର ଫିଟାଯାଇ ମଙ୍ଗଳ ଆରତି, ବେଶ ମଇଲମ, ମର୍ଦ୍ଦନ, ଅବକାଶ ପରେ ସାକ୍ଷୀଗୋପାଳଙ୍କୁ ନଟବର ବେଶରେ ଏବଂ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଛି । ସେହିପରି ସାରା ରାଜ୍ୟରେ ଥିବା ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ଶ୍ରୀରାଧା ପାଦ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି । ଆଜି ଓଡ଼ିଆ ମହିଳାମାନେ ମନ୍ଦିର ଯାଇ ସେଠାରେ ରାଧାପାଦ ଦର୍ଶନ କରିବା ପରେ ଅଁଳା ଗଛରେ ଶଙ୍ଖା ବାନ୍ଧି ପୂଜା କରିଥାନ୍ତି ।

Related Posts