ନବୀନ ସରକାରକୁ ଶାହଙ୍କ ପ୍ରଶଂସା

(ସତ୍ୟପାଠ ବ୍ୟୁରୋ) ଓଡ଼ିଶା ସରକାରକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଏଥିରେ ମୃତ୍ୟୁ ସଂଖ୍ୟା କମାଇବାରେ ଓଡ଼ିଶା ସରକାରଙ୍କ କାର୍ଯ୍ୟଶୈଳୀକୁ ଉଦାହରଣ ଭାବେ ନେବାକୁ ଶାହଙ୍କ ପରାମର୍ଶ । ନିକଟ ଅତିତରେ ଅର୍ଥାତ 2013ରେ ହୁଡ୍‌ହୁଡ଼, 2014ରେ ଫାଇଲିନ୍ ଏବଂ ଚଳିତ ବର୍ଷ ଫୋନି ଭଳି ବାତ୍ୟାକୁ ଓଡ଼ିଶା ସରକାର ଯେଭଳି ଭାବେ ମୁକାବିଲା କରିଛନ୍ତି ତାହା ପ୍ରଶଂସା ଯୋଗ୍ୟ ବୋଲି କହିଛନ୍ତି ଶାହ । ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟ ସଂଖ୍ୟାକୁ କମାଇବାରେ ସକ୍ଷମ ହୋଇଛି ରାଜ୍ୟ ପ୍ରଶାସନ । ଏହା ସମ୍ଭବ ହୋଇପାରିଛି କେବଳ ପୂର୍ବ ସୂଚନା, ଆଗୁଆ ପ୍ରସ୍ତୁତି ଏବଂ ଏକାଧିକ ପଲିସି ଯୋଗୁଁ ।  ଯଦି ଆମେ 1999 ମସିହା ମହାବାତ୍ୟା ସହ ଏବେର ଫୋନିକୁ ତୁଳନା କରାଯାଏ ତେବେ 1999 ମହାବାତ୍ୟାରେ 10 ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଫୋନିରେ ମୃତ୍ୟୁ ସଂଖ୍ୟା 64କୁ କମାଇବାରେ ସଫଳ ହୋଇଛନ୍ତି ଓଡ଼ିଶା ସରକାର ।

NDRF ପକ୍ଷରୁ ଚାଲିଥିବା 4 ଦିନିଆ SCO ଯୁଗ୍ମ ଅଭ୍ୟାସ ମସମ୍ମିଳନୀରେ ଯୋଗଦେଇ ଅମିତ ଶାହ କହିଛନ୍ତି । ପ୍ରକୃତିକ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା କମାଇବାରେ ଭାରତର ପଦକ୍ଷେପଭକୁ ସାରା ଦୁନିଆ ପ୍ରଶଂସା କରିଛି ।  ଗତ ଏକ ଦଶନ୍ଧି ଭିତରେ ଭାରତ ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁ ସଂଖ୍ୟା 1 ପ୍ରତିଶତରୁ କମ କରିବାରେ ସଫଳ ହୋଇଛି । ଏଥିପାଇଁ 2016 ମସିହାରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମଣ ଯୋଜନା କରିଥିଲେ ଭାରତ ସରକାର । 28ଟି ରାଜ୍ୟ, 9ଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ 90 ଜିଲ୍ଲାରେ ଏହି ଯୋଜନାକୁ ସମ୍ପୂର୍ଣ୍ଣ କରାଯାଇଥିବା ଶାହ କହିଛନ୍ତି । ବିପର୍ଯ୍ୟୟ ବେଳେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସ୍ବେଚ୍ଛାସେବୀ ଏବଂ ସ୍ବେଚ୍ଛାସେବୀ ସଂଗଠନଙ୍କ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଭାରତ ସରକାରଙ୍କ ପକ୍ଷରୁ ସୁବାସ ବୋଷ ବିପର୍ଯ୍ୟୟ ପ୍ରଶମଣ ପୁରସ୍କାର ବି ଆରମ୍ଭ କରାଯାଇଛି । ଏହା ସହ ହିନ୍ଦୁ ମହାସାଗର ରିମ୍‌ ଦେଶଗୁଡ଼ିକ ପାଇଁ ସୁନାମି ପୂର୍ବ ସଚେତନତା ପ୍ରଣାଳୀ ସ୍ଥାପନ କରିଛି । ଦକ୍ଷିଣ ଏସୀୟ ଦେଶଗୁଡ଼ିକ ପାଇଁ ଭାରତ ମୌସୁମୀର ପୂର୍ବାନୁମାନ, ଯୋଗାଯୋଗରେ ସୁଧାର ପାଇଁ ଦଡ଼ିଣ ଏସୀୟ ଭୁସ୍ତର ସଞ୍ଚାର ଉପଗ୍ରହ ବି ଲଞ୍ଚ କରିଥିବା କହିଛନ୍ତି ଅମିତ ଶାହ ।

Related Posts