ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସରକାରଙ୍କ ଗଭୀର ନଳକୂପ ଖନନ( DVSK ) ଯୋଜନା ବାଟ ବଣା । ପାଞ୍ଚ ବର୍ଷ ପରେ ବି ଜଳ ଯୋଗାଣ ରୁ ବଞ୍ଚିତ ଅନେକ ହିତାଧିକାରୀ l ବାରମ୍ବାର ଅଭିଯୋଗ ପରେ ବି କତୃପକ୍ଷ ନିରବ । ଅନଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳରେ ସରକାରଙ୍କର ଗଭୀର ନଳକୂପ ( DVSK ) ଯୋଜନା ସମ୍ପୂର୍ଣ ବାଟ ବଣା, ପାଞ୍ଚ ବର୍ଷ ପରେ ବି କାମ କରୁନି ଯୋଜନା, ଜଳ ଯୋଗାଣ ରୁ ବଞ୍ଚିତ ଅନେକ ଚାଷୀ, ସରକାର ଚାଷୀ ମାନଙ୍କ ଆର୍ଥିକ ମାନଦଣ୍ଡ ସୁଧାରିବା ପାଇଁ ଅନେକ ଉର୍ନତି ମୂଳକ ପଦକ୍ଷେପ ନେଉଛନ୍ତି, ତା ବାବଦ କୁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଚାଷୀ ଙ୍କ ଜମି କୁ ଜଳ ସେଚନ ଠାରୁ ଆରମ୍ଭ କରି ସୋଲାର ନଳକୂପ ଭଳି ଅନେକ ଯୋଜନା ପ୍ରଣୟନ କରିଛନ୍ତି ହେଲେ ଏହା ପାଲଲହଡା ଭଳି ଉପାନ୍ତ ଅଞ୍ଚଳ ରେ କିଛି ଅସାଧୁ କର୍ମଚାରୀ ଙ୍କ ପାଇଁ ଅନେକ କ୍ଷେତ୍ରରରେ ଫେଲ ମାରୁ ଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି, ଏମିତି କିଛି ସାଙ୍ଘାତିକ ଅଭିଯୋଗ ଆସିଛି ପାଲଲହଡା ବ୍ଲକ ଈଶ୍ୱର ନଗର ପଂଚାୟତ ର କୁବୁଲି ଗାଁ ରୁ, ସୂଚନା ଅନୁସାରେ କୁବୁଲି ଗାଁ ର ଏହି ତିନି ଜଣ ଚାଷୀ ନିଜ ଜମି କୁ ଜଳ ସେଚନ ପାଇବା ପାଇଁ ଗତ 2020, 2021 ମସିହା ରୁ ଉଠା ଜଳ ସେଚନ ବିଭାଗ ଅଧୀନ ରେ DVSK ଯୋଜନା ମାଧ୍ୟମରେ ତିନି ଜଣ ହିତାଧିକାରୀ ମିତ୍ର ଭାନୁ ସାହୁ, ବିନୋଦ ମହନ୍ତ ଓ ମହେଶ୍ୱର ମହନ୍ତ ଜଣ ପିଛା 20 ହଜାର ଟଙ୍କା ପୈଠ କରି ଥିଲେ, ବିଭାଗ ପକ୍ଷରୁ ଚାଷୀ ଙ୍କ ଜମି ରେ ବହୁ ବିଳମ୍ବ ରେ ନଳକୂପ ଖୋଳା ହୋଇ ଥିବା ବେଳେ ବିଦ୍ୟୁତ ସଂଯୋଗ ପାଇଁ ଟ୍ରାନ୍ସଫରମର ମଧ୍ୟ ଲଗା ସାରିଛି ମାତ୍ର ତାକୁ ଏଯାବତ ଅର୍ଥାତ ପାଞ୍ଚ ବର୍ଷ ବିତି ଯାଇଥିଲେ ବି ବିଦ୍ୟୁତ ସଂଯୋଗ ହୋଇ ନ ଥିବା ରୁ ଏହି ତିନି ଜଣ ଚାଷୀ ଜଳ ସେଚନ ରୁ ବଞ୍ଚିତ ହୋଇ ଛନ୍ତି ।
ଏଠି ସରକାର ଙ୍କ ଯୋଜନା ମାଳ ମାଳ ହୋଇ ଥିବା ବେଳେ ତାହା ସଠିକ ଭାବେ କାର୍ଯ୍ୟ କାରି ହୋଇ ପାରୁ ନାହିଁ କାହିଁକି , ଉଠା ଜଳ ସେଚନ ବିଭାଗ ଅଧୀନ ରେ କାର୍ଯ୍ୟ ରତ ଜଗଦମ୍ବା ନାମକ କନଷ୍ଟ୍ରୋକସନ ର ଅନିୟମିତତା ଓ ନିମ୍ନ ମାନ ର କାର୍ଯ୍ୟ ଯୋଗୁଁ ପାଲଲହଡା( TPCODL ) ବିଦ୍ୟୁତ ବିଭାଗ ନାକଜ କରି ଦେଇ ଥିବା ଜଣା ପଡିଛି, ଈତି ମଧ୍ୟରେ ପାଞ୍ଚ ବର୍ଷ ବିତି ଯାଇଛି ଚାଷୀ ପାଣି ପାଇଁ ଚାହିଁ ବସି ଥିବା ବେଳେ ପାଲଲହଡା ଉପଖଣ୍ଡ ରେ ଥିବା ଉଠା ଜଳ ସେଚନ କାର୍ଯ୍ୟାଳୟ ମଧ୍ୟ ଅନଗୁଳ କୁ ସ୍ଥାନାନ୍ତର ହୋଇ ଯାଇଥିବା ଜଣା ପଡିଛି, ଏଠି ଅଫିସ ଅଛି ସତ ହେଲେ କର୍ମଚାରୀ ଅଭାବ ରୁ ବର୍ଷକ 365 ଦିନ ରୁ 360 ଦିନ ବନ୍ଦ ରହୁଛି ।

ବନ୍ଦ ପଡି ଥିବା ଅଫିସ ସମୁଖ ରେ କେବଳ ଲାଟିକି ରହିଛି ସରକାରୀ ଫଳକ, ଯାହା ଫଳ ରେ ପାଲଲହଡା ଅଞ୍ଚଳ ର ଅନେକ ଚାଷୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହଉଛନ୍ତି, ଦୀର୍ଘ ପାଞ୍ଚ ବର୍ଷ ର ପ୍ରତୀକ୍ଷା ପରେ ବି ଜଳ ସେଚନ ରୁ ବଞ୍ଚିତ ଥିବା କୁବୁଲି ଗାଁ ର ଏହି ତିନି ଜଣ ଚାଷୀ ବାରମ୍ବାର ପାଲଲହଡା ଉପ ଜିଲ୍ଲା ପାଳ ଙ୍କ ଦପ୍ତର ଠାରୁ ଆରମ୍ଭ କରି ଜିଲ୍ଲା ପାଳ ଙ୍କ ନିକଟରେ ରେ ଅନେକ ଥର ଲିଖିତ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁ ନାହିଁ, ଏହି ଅଭିଯୋଗ କୁ ନେଇ ଆମେ ଅନଗୁଳ ଜିଲ୍ଲା ର ଉଠା ଜଳ ସେଚନ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଦେବରାଜ ସେଠି ଙ୍କୁ ଯୋଗାଯୋଗ କରି ଥିଲୁ ଓ ଚାଷୀ ଙ୍କ ସମସ୍ୟା ନେଇ ପ୍ରଶ୍ନ କରି ଥିଲୁ ମାତ୍ର ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନ ପାରି ଆମେ ଚେଷ୍ଟା କରୁଛୁ ଚାଷୀ ଙ୍କ ସମସ୍ୟା ସମାଧାନ କରିବୁ କହି ନିଜ ଦୋଷ କୁ ଛଡାଇ ଦେଇ ଥିଲେ । ଏଠି ପ୍ରଶ୍ନ ଉଠେ ବାସ୍ତବ ରେ ସରକାର ଙ୍କ ଏ ସବୁ ଯୋଜନା କାହା ପାଇଁ ? ବିଭାଗୀୟ ଅଧକାରୀ ଙ୍କ ଉଦାସୀନତା ଯୋଗୁଁ ଏଠି ଅନେକ ଚାଷୀ ଜଳ ସେଚନ ରୁ ଏବେ ବଞ୍ଚିତ ହଉଛନ୍ତି,ବାସ୍ତବ ରେ ଏହି ସବୁ ସମସ୍ୟା ପାଇଁ ଉତ୍ତର ଦାୟି କିଏ ? ନବୀନ ସରକାର ଙ୍କ 24 ବର୍ଷ ର ଶାସନ ପରେ ଏବେ ମୋହନ ସରକାର (ଲୋକଙ୍କ ସରକାର ) ର ପାଳି, ତେବେ ଏହି ତିନି ଜଣ ଚାଷୀ ଙ୍କ ଜମି କୁ ଜଳ ସେଚନ ପାଇଁ କେତେ ବର୍ଷ ଲାଗିବ ତାହା ସମୟ ହିଁ କହିବ l





