ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଆର ବିଶ୍ୱରେ ଚର୍ଚ୍ଚା । ଭାରତ ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନେଇଛି । ଏହାର ଜବାବରେ, ପାକିସ୍ତାନ ଅନେକ ଥର ପରମାଣୁ ଆଟାକର ବି ଧମକ ଦେଇଛି । ଏବେ ପାକିସ୍ତାନର ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ମଧ୍ୟ ପରମାଣୁ ଆଟାକ୍ ସମ୍ପର୍କରେ ବୟାନ ଦେଇଛନ୍ତି ।
ମରିୟମ କହିଛନ୍ତି ଯେ କେହି ପାକିସ୍ତାନ ଉପରେ ଆକ୍ରମଣ କରିପାରିବେ ନାହିଁ। ତେବେ ମରିୟମ ନୱାଜ କହିଛନ୍ତି, ଆଜି ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ରହିଛି । ବିପଦ ମାଡ଼ି ଆସୁଛି, କିନ୍ତୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଆଲ୍ଲା ପାକିସ୍ତାନ ସେନାକୁ ଏତେ ଶକ୍ତି ଦେଇଛନ୍ତି ଯେ ଏହା ଶତ୍ରୁର ପ୍ରତ୍ୟେକ ଆକ୍ରମଣର ମୁକାବିଲା କରିପାରିବ। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆଜି ପାକିସ୍ତାନର ଯେକୌଣସି ଶତ୍ରୁ ଆକ୍ରମଣ କରିବା ପୂର୍ବରୁ ଦଶ ଥର ଚିନ୍ତା କରିବ । ଏ କଥା ସାମ୍ନାକୁ ଆସିବା ପରେ ସାର ଦେଶରେ ଚର୍ଚ୍ଚା ଜୋର୍ ଧରିଛି ।





