ପୁନର୍ଗଠନ ହେଲା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁନର୍ଗଠନ ହେଲା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ । ପୂର୍ବତନ ର’ ଚିଫ୍ ଆଲୋକ ଯୋଶୀ ହେଲେ ଅକ୍ଷ୍ୟକ୍ଷ । ଏହି ବୋର୍ଡରେ ଅନୁଭବୀ ସୈନ୍ୟ ଓ ସୁରକ୍ଷା ଅଧିକାରୀ ସାମିଲ ଅଛନ୍ତି । ସାତ ସଦସ୍ୟ ବିଶିଷ୍ଟ ବୋର୍ଡରେ ସେନା, ବାୟୁ ସେନା, ନୌସେନା,ପୋଲିସ , ପୂର୍ବତନ ବିଦେଶ ସେବା ଅଧିକାରୀ ଆଦି ସାମିଲ ରହିଛନ୍ତି । ଏୟାର ମାର୍ଶଲ ପିଏମ ସିହ୍ନା ,ଲେଫ୍ଟନାଣ୍ଟ ଜେନେରାଲ ଏ କେ ସିଂ,ଆଡମିରାଲ ମଣ୍ଟି ଖନା , ରାଜୀବ ରଞ୍ଜନ ବର୍ମା ,ମନମୋହନ ସିଂ ପୂର୍ବତନ ଆଇଏଫଏସ ଅଧିକାରୀ ଭେଙ୍କଟେଶ ବର୍ମା ଆଦି ସଦସ୍ୟ ଅଛନ୍ତି ।

ଭାରତର ରାଷ୍ଟ୍ରୀୟ ସୁରକ୍ଷା ନୀତି ନିର୍ମାଣରେ ପରାମର୍ଶଦାତା ରୂପେ ଏହି ବୋର୍ଡ କାର୍ଯ୍ୟ କରିବ । ଭାରତର ସୁରକ୍ଷା ନେଇ ରଣନୀତି ପ୍ରସ୍ତୁତ କରିବ ଏହି ବୋର୍ଡ । ବୋର୍ଡର ଚେୟାରମ୍ୟାନ୍‌ ହେଲେ ପୂର୍ବତନ ର’ ମୁଖ୍ୟ ଆଲୋକ ଯୋଶୀ । ବୋର୍ଡରେ ଅଛନ୍ତି ପୂର୍ବତନ ପଶ୍ଚିମ ଏୟାର କମାଣ୍ଡର ଏୟାର ମାର୍ଶଲ ପିଏମ୍‌ ସିହ୍ନା ପୂର୍ବତନ ଦକ୍ଷିଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏକେ ସିଂହ ଓ ରିଅର ଆଡମିରାଲ ମଣ୍ଟି ଖାନ୍ନ ।

Related Posts