ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ କାଠ, ଖବର ସମ୍ପୂର୍ଣ୍ଣ ମିଛ: ଆଇନ ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମଗ୍ର ରାଜ୍ୟରେ ଶ୍ରୀମନ୍ଦିର ଦାରୁ କାଠ ବିବାଦକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ବୟାନ deithibar ଦେଖିବାକୁ ମିଳିଛି । ତେବେ ଶ୍ରୀମନ୍ଦିରରୁ ଯାଇନି ବଳକା ଦାରୁ କାଠ ଏବଂ ବଳକା ଦାରୁ କାଠରେ ବିଗ୍ରହ ତିଆରି ହେବା ଖବର ସମ୍ପୂର୍ଣ୍ଣ ମିଛ ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି । ଦୀଘା ଜଗନ୍ନାଥ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ବଳକା ଦାରୁରେ ହୋଇନାହିଁ ବରଂ ନିମ କାଠରେ ବିଗ୍ରହ ତିଆରି ହୋଇଛି । ଏହି ବିଗ୍ରହ ଭୁବନେଶ୍ବରରୁ ତିଆରି ହୋଇ ଦୀଘା ଯାଇଛି ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି । ସେହିପରି ସେବାୟତଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଶ୍ରୀମନ୍ଦିର ସେବାୟତ ଅନ୍ୟ କେଉଁଠି ପୂଜା କରିବା ନେଇ ବିଧି ନାହିଁ । ସେବକମାନେ ଗଣମାଧ୍ୟମକୁ ଆସି ପୂଜା ବିଧି ବିଷୟରେ ଯାହା ମନ୍ତବ୍ୟ ରଖୁଛନ୍ତି, ସେଥିପାଇଁ ମାର୍ଗଦର୍ଶିକା ଆସିବ । ସେହିପରି ଦଇତାପତି ନିଯୋଗ ସଭାପତି ଯେଉଁ ବୟାନ ଦେଇଥିଲେ, ତାହା ସ୍ଲିପ୍ ଅଫ୍ ଟଙ୍ଗ ବୋଲି ଖୋଦ୍ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି । ଭୁବେନେଶ୍ୱରରେ ସୁଦର୍ଶନ ମହାରଣା ପାଖରୁ ଲିମ୍ବ କାଠରେ ମୂର୍ତ୍ତି ତିଆରି କରି ନେଇଥିବାର ସେ ସୂଚନା ଜଣାଇଛନ୍ତି ।

Related Posts