ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): IMFର ୱାର୍ଲଡ ଇକୋନୋମିକ୍ ଆଉଟ୍ଲୁକ୍ ଏପ୍ରିଲ୍ ୨୦୨୫ ସଂସ୍କରଣ କୁହାଯାଇଛି ଯେ ୨୦୨୫ ଶେଷ ସୁଦ୍ଧା ଭାରତ ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତି ହେବ । ଜାପାନକୁ ଅତିକ୍ରମ କରି ଭାରତ ଏହି ଉପଲବ୍ଧି ହାସଲ କରିବ ବୋଲି । ୨୦୨୫ (FY୨୬) ପାଇଁ ଭାରତର ନୋମିନାଲ୍ GDP ୪,୧୮୭.୦୧୭ ବିଲିୟନ ଡଲାର ହେବ ବୋଲି ଅନୁମାନ କରାଯାଉଛି । ଯାହା ଜାପାନର ସମ୍ଭାବ୍ୟ GDP ୪,୧୮୬.୪୩୧ ବିଲିୟନ ଡଲାରଠାରୁ ସାମାନ୍ୟ ଅଧିକ ହେବ ବୋଲି ଆକଳନ କରାଯାଇଛି । ତେବେ ୨୦୨୪ ପର୍ଯ୍ୟନ୍ତ ଭାରତ ବିଶ୍ୱର ୫ମ ବୃହତ ଅର୍ଥନୀତି ଥିଲା, କିନ୍ତୁ ଚଳିତ ବର୍ଷ ଏହା ଚତୁର୍ଥ ବୃହତ ଅର୍ଥବ୍ୟବସ୍ଥା ହେବ ବୋଲି ଆଶା କରାଯାଉଛି । IMF ପୂର୍ବାନୁମାନ ଅନୁଯାୟୀ ଆଗାମୀ ବର୍ଷଗୁଡ଼ିକରେ, ଜର୍ମାନୀକୁ ପଛରେ ପକାଇ ଭାରତ ତୃତୀୟ ବୃହତ ଅର୍ଥନୀତି ହେବାର ସମ୍ଭାବନା ମଧ୍ୟ ରହିଛି । ୨୦୨୮ ସୁଦ୍ଧା ଭାରତର GDP ୫,୫୮୪.୪୭୬ ବିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି ।
ଯାହା ଜର୍ମାନୀର ୫,୨୫୧.୯୨୮ ବିଲିୟନ ଡଲାରକୁ ଟପିବ । ୨୦୨୭ ମସିହାରେ ଭାରତ ୫,୦୬୯.୪୭ ବିଲିୟନ ଡଲାର GDP ସହିତ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ।





