ଗୁଜୁରାଟରେ ବାଂଲାଦେଶୀ ଅନୁପ୍ରବେଶକାରୀଂକ ବିରୋଧରେ ବଡ କାର୍ଯ୍ୟନୁଷ୍ଠାନ, ୮ ହଜାର ଘରେ ବୁଲିଲା ବୁଲଡୋଜର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜୁରାଟରେ ବାଂଲାଦେଶୀ ଅନୁପ୍ରବେଶକାରୀଂକ ବିରୋଧରେ ବଡ କାର୍ଯ୍ୟନୁଷ୍ଠାନ । ୮ ହଜାର ଘରେ ବୁଲିଲା ବୁଲଡୋଜର । ଯାହା ଫଳରେ ହଜାର ହଜାର ଲୋକ ବାସହୀନ ହୋଇଯାଇଥିଲେ। ଏହା କୌଣସି ସାଧାରଣ ଜବରଦଖଲ ବିରୋଧୀ ଅଭିଯାନ ନଥିଲା, ବରଂ ଗୁଜୁରାଟ ସରକାରଙ୍କ ମତରେ, ଜାତୀୟ ସୁରକ୍ଷାର ପ୍ରଶ୍ନ ଥିଲା। ରାଜ୍ୟ ସରକାର ଦାବି କରିଥିଲେ ଯେ ୧୨୦୦-୧୫୦୦ ଲୋକଙ୍କୁ “ବାଂଲାଦେଶୀ” ଭାବରେ ଅଟକ ରଖାଯାଇଥିଲା – କିନ୍ତୁ ସେମାନଙ୍କ ମଧ୍ୟରୁ ୯୦% ଭାରତୀୟ ନାଗରିକ ବୋଲି ଜଣାପଡିଛି।

ତଥାପି ଆଧାର କାର୍ଡ, ଭୋଟର ପରିଚୟପତ୍ର ଏବଂ ରାସନ କାର୍ଡ ଥିବା ଅନେକ ପରିବାରର ଘର ଭାଙ୍ଗି ଦିଆଯାଇଥିଲା। ସେପଟେ ଜାତୀୟ ସୁରକ୍ଷା ଉପରେ ରାଜ୍ୟ ସରକାରଙ୍କ ଆବେଦନକୁ ଉଦ୍ଧୃତ କରି ଗୁଜୁରାଟ ହାଇକୋର୍ଟ ଭଙ୍ଗା କାର୍ଯ୍ୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି। କିନ୍ତୁ ରିପୋର୍ଟ ଅନୁଯାୟୀ, ପରିବାରଗୁଡ଼ିକ କହିଛନ୍ତି ଯେ ସେମାନଙ୍କୁ ନୋଟିସ୍ ଦିଆଯାଇ ନଥିଲା ଏବଂ ସ୍ଥାନାନ୍ତର ପାଇଁ ସେମାନଙ୍କ ପାଖରେ ସମୟ ନଥିଲା।

Related Posts