ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ନବୀନ ନିବାସରେ ପହଞ୍ଚି ତାଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଖାଲି ମୁଖ୍ୟମନ୍ତ୍ରୀ ନୁହନ୍ତି ମେଡିକାଲରୁ ଆସିବା ପରେ ଅନେକ ନେତା ମନ୍ତ୍ରୀ ମାନେ ମଧ୍ୟ ନବୀନଙ୍କୁ ସାକ୍ଷାତ କରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।
ସୂଚନାଯୋଗ୍ୟ, ଗତ ରବିବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେସନ୍ ଯୋଗୁଁ ଅସୁସ୍ଥ ହୋଇ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହେବା ପରେ ବୁଧବାର ସନ୍ଧ୍ୟାରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।
ଗତକଲି ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ନବୀନ ନିବାସ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ନବୀନଙ୍କ ସାକ୍ଷାତ ସମୟରେ ବଡ଼ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିବାର ସୂଚନା ରହିଛି ।





