ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସୁଛି ବାତ୍ୟା ମୋନ୍ଥା। ବାତ୍ୟା ମୁକାବିଲା ପାଇଁ ୧୨୮ ଟିମ୍ ସଜାଗ ଥିବାର ସୂଚନା ମିଳିଛି । ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବାତ୍ୟା ମୁକାବିଲା ପାଇଁ ରେଡ୍ ଜୋନ୍ରେ ଥିବା ୮ଟି ଜିଲ୍ଲାରେ ମୋଟ୍ ୧୨୮ଟି ଟିମ୍ ଓଡିଆରଏଫ୍, ଏନ୍ଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀର ଟିମ୍ ନିୟୋଜିତ ହୋଇଛନ୍ତି ।
ଏଥିରୁ ମାଲକାନଗିରି ଓଡିଆରଏଫ୍ ୩ଟି, ଗୋଟିଏ ଏନଡିଆରଫି ଟିମ୍ ଏବଂ ୮ଟି ଅଗ୍ନିଶମ ବାହିନୀର ଟିମ୍ ସାମିଲ ରହିଛି । ସେହିପରି କୋରାପୁଟରେ ୧୮ ଟିମ୍, ନବରଙ୍ଗପୁରରେ ୧୩ଟି ଟିମ୍, ଗଜପତିରେ ୧୧ଟି ଟିମ୍, ଗଞ୍ଜାମରେ ୨୭ଟି ଟିମ୍, କନ୍ଧମାଳରେ ୧୬ଟି ଟିମ୍, କଳାହାଣ୍ଡିରେ ୧୬ଟିମ୍ ସାମିଲ ରହିଛି ।





