ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପ ନିର୍ବାଚନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିଛି । ସେପଟେ ରାଜନୀତିକ ଦଳ ମାନେ ପରଷ୍ପରକୁ ନେଇ ବାୟବାଜି କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବଡ ବୟାନ ସାମ୍ନାକୁ ଆସିଛି। ତେବେ ରାଜନୈତିକ ଦଳଗୁଡ଼ିକୁ ବାଦ୍ ଦେଇ ଯଦି ଯୋଗ୍ୟତା ଆଧାରରେ ଆମେ ପ୍ରାର୍ଥୀଙ୍କ ଆକଳନ କରିବା ତେବେ ବିଜେଡି ଦେଇଥିବା ମହିଳା ପ୍ରାର୍ଥୀ ସ୍ଥାନୀୟ ବାସିନ୍ଦା ନୁହନ୍ତି। ବିଜେପି ପ୍ରାର୍ଥୀଙ୍କ ବାପା ବିଜେଡି ବିଧାୟକ ଥିଲେ କିନ୍ତୁ ସେ ରାତିଅଧିଆ ଦଳ ଡେଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି।
ଏହି ପ୍ରାର୍ଥୀ ଦ୍ବୟଙ୍କ ସହିତ କଂଗ୍ରେସ ପ୍ରାର୍ଥୀଙ୍କୁ ତୁଳନା କଲେ, ଘାସିରାମ ମାଝୀ ଜଣେ ଉଚ୍ଚ ଶିକ୍ଷିତ, ଆଇନଜୀବୀ, ଆଦିବାସୀ ଶ୍ରେଣୀରୁ ଆସି ଲୋକଙ୍କ ପାଇଁ ସଂଗ୍ରାମ କରିଥିବା ବ୍ୟକ୍ତିତ୍ବ। ସେ ଗତ ଚାରିଥର ନିର୍ବାଚନ ଲଢ଼ିଛନ୍ତି ଏବଂ ପ୍ରତ୍ୟେକ ନିର୍ବାଚନରେ ଭୋଟ ସଂଖ୍ୟା ବୃଦ୍ଧି ପାଇଛି। ଗତ ନିର୍ବାଚନରେ ସେ ସ୍ୱାଧୀନ ଭାବରେ ଲଢେଇ କରି ୫୧ ହଜାର ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। ଏଥିରୁ ତାଙ୍କ ଲୋକପ୍ରିୟତା ଅନୁମାନ କରାଯାଇପାରେ। ଘାସିରାମ ମାଝୀ ଜଣେ ଯୋଗ୍ୟତମ ପ୍ରାର୍ଥୀ। ନୂଆପଡାବାସୀ ନିଜ ଚେତନା ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଆଶା କରୁଛି ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।





