ଏଣିକି ତହସିଲ ଅଫିସରେ ହେବ ଜମି କିଣାବିକା; ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ତହସିଲ ଅଫିସରେ ହେବ ଜମି କିଣାବିକା । ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହାପରେ ଡିସେମ୍ବରରେ ରାଜ୍ୟର ବାକି ୨୭୩ ତହସିଲରେ ଏହି ସେବା ଆରମ୍ଭ ହେବ।

ସେପଟେ ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭରମ୍ଭ କରିବେ। ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ଲୋକେ ଜମି ପଞ୍ଜିକରଣ କରିପାରିବେ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।

Related Posts