ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ନେଇ ରାଜ୍ୟର ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ପ୍ରଚାର ମୈଦାନକୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯିବେ ।ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରିଛନ୍ତି, ଦ୍ଵିତୀୟ ପର୍ଯ୍ୟାୟରେ ଖୁବଶୀଘ୍ର ନୂଆପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଚାର ଶେଷ ଭାଗକୁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ରହିଛି ।
ସେପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନୂଆପଡା ପ୍ରଚାରକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ନବୀନ ବାବୁ ନବୀନ ନିବାସରୁ ବାହାରନ୍ତୁ। ପ୍ରତିପକ୍ଷ ଯେତେ ଶକ୍ତିଶାଳୀ ହେବେ ସେତେ ଭଲ।ନବୀନ ବାବୁଙ୍କୁ ଯେତେ ମୈଦାନକୁ ଓହ୍ଲାଇବାକୁ ସୁଯୋଗ ମିଳିବ, ଆମକୁ ସେତେ କାମ କରିବାକୁ ପ୍ରେରଣା ମିଳିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।





