ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସ୍ପେଣ୍ଡ ହେଲେ ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳ। ତେବେ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେଡିରୁ ସସ୍ପେଣ୍ଡ ହୋଇଛନ୍ତି । ସେହିପରି ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଦଳରୁ ନିଲମ୍ବିତ ହୋଇଛନ୍ତି । ଉଭୟ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଥିବା ଜଣାପଡିଛି । ସେପଟେ ନିଲମ୍ବିତ ପରେ ମୁକ୍ତିକାନ୍ତ ମଣ୍ଡଳ କହିଛନ୍ତି, କାହିଁକି ସସ୍ପେଣ୍ଡ କରାଗଲା ମୁଁ ଜାଣିନି । ମୁଁ କୌଣସି ପ୍ରକାର ଦଳବିରୋଧୀ କାର୍ଯ୍ୟ କରିନାହିଁ । ସରପଞ୍ଚରୁ ମୋର ରାଜନୈତିକ କ୍ୟାରିୟର ଆରମ୍ଭ । କେହି ଅସହିଷ୍ଣୁ ବ୍ୟକ୍ତିବିଶେଷ କିଛି ରିପୋର୍ଟ କରିଥାଇ ପାରନ୍ତି ବୋଲି ସେ କହିଛନ୍ତି ।
