ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜନଗରରେ ଓଡ଼ିଶା ଜନତା କଂଗ୍ରେସର ସମାବେଶ ସହ ମିଶ୍ରଣ ପର୍ବ । ତେବେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ଆୟୋଜିତ ହୋଇଛି ଏହି ମିଶିରଣ ପର୍ବ । ଏହି ମିଶ୍ରଣ ପର୍ବରେ ରାଜନଗର ନିର୍ବାଚନ ମଣ୍ଡଳୀର ୨୦୨୪ ମସିହା ଜାତୀୟ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଅଶୋକ ପତିହାରି ନିଜ ସମର୍ଥକଙ୍କ ସହ ଦଳରେ ସାମିଲ ହୋଇଛନ୍ତି l ସେପଟେ ଗତ ନିର୍ବାଚନରେ ଅଶୋକ ପତିହାରି ୨୭ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ପାଇଥିଲେ । ହେଲେ ବି କଂଗ୍ରେସ ଦଳ ତାଙ୍କୁ କୋଣଠେସା କରିବାରୁ ସେ ଅତିଷ୍ଠ ହୋଇ ମୋକିମ୍ଙ୍କ ନୂଆ ରାଜନୈତିକ ଦଳ ଓଡ଼ିଶା ଜନତା କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି l
